STORYMIRROR

Pratima Satpathy

Fantasy

4  

Pratima Satpathy

Fantasy

କର୍ମ ନେଇ ଫଳ ମିଳେ।

କର୍ମ ନେଇ ଫଳ ମିଳେ।

1 min
15


କର୍ମ ନେଇ ଫଳ ମିଳିଥାଏ ବୋଲି 

    ଧର୍ମ ଶାସ୍ତ୍ରେ ଲେଖା ଅଛି 

ଭଲ କର୍ମ କରି ଭଲ ଲୋକ ପୁଣି 

     ଖରାପ ଫଳ ପାଉଛି।

ଜନ୍ମ ପରେ ଯିଏ କୁବୃତ୍ତିରେ ଲିପ୍ତ 

     ଆନନ୍ଦେ ସେ କାଟେ ଦିନ 

ଏପରି କାହିଁକି ହେଉଅଛି ମୋତେ 

    କହିଦିଅ ଜ୍ଞାନୀ ଜନ।

ପୂର୍ବ ଜନ୍ମରେ କିଏସେ କଣ ଥିଲା 

    ତାହା କେହି ଜାଣେ ନାହିଁ 

ସବୁ କର୍ମ ଫଳ ଦେଇଥାନ୍ତି ପରା 

    ଅନ୍ତର୍ଯ୍ୟାମୀ ଭାବଗ୍ରାହୀ।

ଅନ୍ତର ଭିତରେ ରହିଥାନ୍ତି ସିଏ 

    ସବୁ ଜାଣି ପାରିଥାନ୍ତି 

ମୁହଁରେ ଗୋଟିଏ ଅନ୍ତରେ ଗୋଟିଏ 

     କଥା ଲୋକ କହିଥାନ୍ତି।

ପୁଣ୍ୟବଳେ ଭଲ ମାତା ମିଳିଥାନ୍ତି 

    ଜନକ ଭାଗ୍ୟ ବଳରେ

ପ୍ରାରବ୍ଧ ରେ ବିଦ୍ୟା, ଧନ ମିଳିଥାଏ 

     ଭଲ ପତ୍ନୀ ପସନ୍ଦରେ।

ନିଜ ବ୍ଯବହାର ଭଲ ଥିବ ଯେବେ 

    ଉତ୍ତମ ସାଙ୍ଗ ମିଳଇ 

ନିସ୍ଵାର୍ଥପର ହୋଇ ସେବା କରିଲେ 

      ସମ୍ମାନ କରନ୍ତି ଭାଇ।

ସରଳ ନିର୍ବୋଧ ହୋଇଲେ ଜୀବନେ 

     ସହଜେ ମିଳଇ ଧୋକା 

ଦାନ ପୁଣ୍ୟ ଧର୍ମ କରିଲେ ଜୀବନେ 

     ମୃତ୍ୟୁ ବେଳେ ହେବ ସଖା।

ନିଷ୍ଠା, ସାଧନା ଓ ପରିଶ୍ରମ ବଳେ 

    ସଫଳତା ମିଳିଥାଏ 

ଅଳସୁଆ ହୋଇ ଯିଏ ବସି ରହେ 

    ଜୀବନେ ସେ ଦୁଃଖ ପାଏ।

ସ୍ୱାର୍ଥ ପର ଲୋକ ସ୍ୱାର୍ଥ ସରିଗଲେ 

   ଆଉ ପଚାରନ୍ତି ନାହିଁ 

କଷ୍ଟ ଦେବା ଲୋକ ଅଛନ୍ତି ବହୁତ 

    ସୁଖ ସେ ଚାହାନ୍ତି ନାହିଁ।

ଅନ୍ୟ ପାଇଁ ଯିଏ ଖାଲ ଖୋଳିଥାଏ 

    ନିଜେ ପଡ଼ଇ ସେଥିରେ 

ଉପରବାଲା ପରା ସବୁ ଦେଖନ୍ତି 

    ରହିଥାଆନ୍ତି ଶୂନ୍ୟରେ।

ସତ୍ୟ ଧର୍ମ ଯାର ପାଶେ ରହିଥିବେ 

    ପ୍ରକୃତ ମନୁଷ୍ୟ ସେହି 

ମାନବିକତା ହିନ ଯେଉଁ ମନୁଷ୍ୟ 

    ଧିକ ଜୀବନ ତ ସେହି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy