STORYMIRROR

Nibedita Panda

Fantasy

4  

Nibedita Panda

Fantasy

ଶୀତଳଷଷ୍ଠୀ

ଶୀତଳଷଷ୍ଠୀ

1 min
12


ଦକ୍ଷ ପ୍ରଜାପତି କନ୍ୟା ଥିଲେ ସତୀ

     ଶିବଙ୍କୁ ବରିଲେ ନିଜେ,

ପିତା ଯେ ତାହାଙ୍କୁ ଗ୍ରହଣ କଲେନି

     ଜ୍ବାଇଁ ଭାବରେ ସହଜେ।


ଯଜ୍ଞ ସେ କରିଲେ ଜ୍ବାଇଁଙ୍କୁ ନଡାକି

    ଆୟୋଜିତ ସମାବେଶ,

ସ୍ବାମୀ ଅପମାନ ଅସହ୍ୟ ହୋଇଲା

    ସତୀ କଲେ ପ୍ରାଣ ଝାସ।


କ୍ରୋଧାନ୍ୱିତ ଶିବ ସ୍ତ୍ରୀ ଶବ ସହିତ

    କରିଲେ ତାଣ୍ଡବ ନୃତ୍ୟ,

ନାରାୟଣ ସୁଦର୍ଶନ ଚକ୍ର ମଧ୍ୟେ

    ଶରୀର କଲେ ଛେଦିତ।


ତାରକାସୁରର ଅତ୍ୟାଚାର ଦେଖି

    ଦେବତା ଗଣ ଅତିଷ୍ଠ ,

ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ   

    ମଣୁଥିଲା ସର୍ବଶ୍ରେଷ୍ଠ।


ଶିବଙ୍କ ଔରଷ ସନ୍ତାନ ଦ୍ବାରା ହିଁ 

    ତାରକାସୁରର ମୃତ,

ଦେବ ତପସ୍ୟାରେ ପାର୍ବତୀ ରୂପରେ

    ହୋଇଥିଲେ ଆବିର୍ଭୁତ।


ଜ୍ୟେଷ୍ଠ ଶୁଳ୍କ ଷଷ୍ଠୀ ହର ଗୈାରୀଙ୍କ

    ମହା ମିଳନର ଦିନ,

ଶୀତଳଷଷ୍ଠୀର ନାମରେ ସେତିଥି

   ହେଉଅଛି ଯେ ପାଳନ।


ଶିବ ପାର୍ବତୀଙ୍କ ବିବାହ ଉତ୍ସବ

    ହୋଇଥାଏ ଅନୁଷ୍ଠିତ,

ଶିବ ମନ୍ଦିରର ପ୍ରାଙ୍ଗଣରେ ହୁଏ

    ଆନନ୍ଦରେ ସମାହିତ।


କନ୍ୟା ପିତା ମାତା,ବର ପିତାମାତା

    କରିଥାନ୍ତି ବାହାଘର,

ଯାନି ଓ ଯୈାତୁକ ଭୋଜିଭାତ ମଧ୍ୟେ

    ମିଳନ ଶକ୍ତି ଶଙ୍କର।


ପାରମ୍ପରିକ ଏ ବିବାହ ଉତ୍ସବ

   ହର ଗୈାରୀଙ୍କ ମିଳନ,

ଯୁଗ ଯୁଗ ଧରି ସମ୍ପାଦନ ହୁଏ

    ଦିବ୍ୟତାର ନିଦର୍ଶନ।


ଶୀତଳତା ପୂର୍ଣ୍ଣ ବାତାବରଣରେ

    ଶୀତଳଷଷ୍ଠୀ ଯେ ଆସେ,

ପରିବେଶ ଶାନ୍ତ ଆଉ ନୈସର୍ଗିକ

    ଅପୂର୍ବ ଉଲ୍ଲାସେ ହସେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy