STORYMIRROR

Dharitri Mallick

Tragedy

3  

Dharitri Mallick

Tragedy

ଦରଦୀ ମନ

ଦରଦୀ ମନ

1 min
225

ସମୟ ଅଟକେ ଦରଦୀ ମନେ

ଜୀବନ ଧାରା ବି ରହିଯାଏ ଅଟକି

ସ୍ମୃତି ଦୁନିଆରେ ହଜିଯାଏ ଦରଦୀ ମନ

ଲୁଚେଇ ଦିଏ ସବୁ ଦରଦ, ଯନ୍ତ୍ରଣା, କ୍ରନ୍ଦନର ସ୍ବର

ଦରଦୀ ମନର କେଉଁ ଅନ୍ଧାରି ସ୍ମୃତି ଗୃହେ

ହେଲେ ବେଦରଦୀ ଦୁନିଆ ମାଡ଼ି ଚାଲିଯାଏ

ଆଗକୁ ଆଗକୁ ଦରଦୀ ମନକୁ ଦଳି ଚକୁଟି ବିଦାରି 

ପୁଣି ଦିଏ ଚୋଟ ପରେ ଚୋଟ ସେଇ

ଦରଦି ଅନ୍ଧାରୀ ସ୍ମୃତି ଗୃହକୁ

ପୁଣି ଅଟକି ଯାଏ ସମୟ ସ୍ରୋତ

ଅଟକି ଯାଏ ପୁଣି ଜୀବନ ଯାତ୍ରା

କେବେ କେହି ବୁଝି ପାରେନା 

ଏହି ଅଟକି ଯାଇଥିବା ମନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy