କେବେଠୁ ଦର୍ଶନ କରିନି ଚକାଡୋଳା କାଳିଆ ଠାକୁର
କେବେଠୁ ଦର୍ଶନ କରିନି ଚକାଡୋଳା କାଳିଆ ଠାକୁର
କେବେଠୁ ଦର୍ଶନ କରିନି ଚକାଡୋଳା କାଳିଆ ଠାକୁର
କାଲିଆରେ ତତେ ଦର୍ଶନ କରିବାକୁ
ମନ ହୁଏ ମୋର ବ୍ୟାକୁଳ
ହେଲେ ତୁମ ଧାମରେ ରହି ମଧ୍ୟ
କେବେଠୁ ହୋଇ ନାହିଁ ତୁମ ଦର୍ଶନ
ଶ୍ରୀମନ୍ଦିର ଦର୍ଶନ ପାଇଁ ଏବେ ସାଜିଛି ବାଧକ
କରାେନା ଭୟକୁ କରାେନା ଲକ୍ ଡାଉନ୍
ପ୍ରଭୂ ତୁମ ଦର୍ଶନ ଆଉ ତୁମ ଭକ୍ତ ମନ୍ଧେ
ଏବେ ଛିଡାହୋଇଛି ପାଚେରୀ ବଡ଼ ବଡ଼
ବିଭିନ୍ନ କଟକଣା ବାଡ଼ ଶାସନ ବାଡ଼ି
ହେ ଜଗତର ନାଥ ଶ୍ରୀଜଗନ୍ନାଥ
ତୁମେ ଜାଣ ପ୍ରଭୁ ତୁମ ଭକ୍ତଙ୍କ ଅବସ୍ଥା
ତୁମେ ଜାଣ ପ୍ରଭୂ ମୋର ମନ ଦଶା ସ୍ୱାସ୍ଥ୍ୟ ଅବସ୍ଥା
ତେଣୁ ମୋ ଜଣାଣ ନିବେଦନ କର ପ୍ରଭୂ ସ୍ବୀକାର
ମୋତେ ଦିଅ ଦର୍ଶନ ପ୍ରଭୁ ଶ୍ରୀ କଳା ଠାକୁର
ମୋ ମନ ହୃଦୟ ମନ୍ଦିରେ ଦିଅ ପ୍ରଭୂ ତୁମ ଦର୍ଶନ
ହେଉ ସାକ୍ଷାତ୍କାର ତୁମ ସଂଗେ ପ୍ରଭୂ
ନିତିଦିନ ମୋ ସ୍ବପ୍ନ ରାଇଜେ
ଆଜି ପବିତ୍ର ରଥଯାତ୍ରା ରେ ହେଉ ପୂର୍ଣ୍ଣ
ସବୁ ଭକ୍ତଙ୍କ ମନୋକାମନା ସଫଳ ହେଉ ଜୀବନ
ପବିତ୍ର ହେଉ ଏ ଦୁଇ ନୟନ
ତୁମ ଚକା ଡୋଳା ଦର୍ଶନେ
