STORYMIRROR

Dharitri Mallick

Classics Inspirational

4  

Dharitri Mallick

Classics Inspirational

କେବେଠୁ ଦର୍ଶନ କରିନି ଚକାଡୋଳା କାଳିଆ ଠାକୁର

କେବେଠୁ ଦର୍ଶନ କରିନି ଚକାଡୋଳା କାଳିଆ ଠାକୁର

1 min
264

କେବେଠୁ ଦର୍ଶନ କରିନି ଚକାଡୋଳା କାଳିଆ ଠାକୁର

କାଲିଆରେ ତତେ ଦର୍ଶନ କରିବାକୁ

ମନ ହୁଏ ମୋର ବ୍ୟାକୁଳ

ହେଲେ ତୁମ ଧାମରେ ରହି ମଧ୍ୟ

କେବେଠୁ ହୋଇ ନାହିଁ ତୁମ ଦର୍ଶନ

ଶ୍ରୀମନ୍ଦିର ଦର୍ଶନ ପାଇଁ ଏବେ ସାଜିଛି ବାଧକ

କରାେନା ଭୟକୁ କରାେନା ଲକ୍ ଡାଉନ୍

ପ୍ରଭୂ ତୁମ ଦର୍ଶନ ଆଉ ତୁମ ଭକ୍ତ ମନ୍ଧେ

ଏବେ ଛିଡାହୋଇଛି ପାଚେରୀ ବଡ଼ ବଡ଼

ବିଭିନ୍ନ କଟକଣା ବାଡ଼ ଶାସନ ବାଡ଼ି

ହେ ଜଗତର ନାଥ ଶ୍ରୀଜଗନ୍ନାଥ

ତୁମେ ଜାଣ ପ୍ରଭୁ ତୁମ ଭକ୍ତଙ୍କ ଅବସ୍ଥା

ତୁମେ ଜାଣ ପ୍ରଭୂ ମୋର ମନ ଦଶା ସ୍ୱାସ୍ଥ୍ୟ ଅବସ୍ଥା

ତେଣୁ ମୋ ଜଣାଣ ନିବେଦନ କର ପ୍ରଭୂ ସ୍ବୀକାର

ମୋତେ ଦିଅ ଦର୍ଶନ ପ୍ରଭୁ ଶ୍ରୀ କଳା ଠାକୁର

ମୋ ମନ ହୃଦୟ ମନ୍ଦିରେ ଦିଅ ପ୍ରଭୂ ତୁମ ଦର୍ଶନ

ହେଉ ସାକ୍ଷାତ୍କାର ତୁମ ସଂଗେ ପ୍ରଭୂ

ନିତିଦିନ ମୋ ସ୍ବପ୍ନ ରାଇଜେ

ଆଜି ପବିତ୍ର ରଥଯାତ୍ରା ରେ ହେଉ ପୂର୍ଣ୍ଣ

ସବୁ ଭକ୍ତଙ୍କ ମନୋକାମନା ସଫଳ ହେଉ ଜୀବନ

ପବିତ୍ର ହେଉ ଏ ଦୁଇ ନୟନ

ତୁମ ଚକା ଡୋଳା ଦର୍ଶନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics