STORYMIRROR

Dharitri Mallick

Classics Inspirational

3  

Dharitri Mallick

Classics Inspirational

ମୌସୁମୀ ଓ ରଜ ପର୍ବ

ମୌସୁମୀ ଓ ରଜ ପର୍ବ

1 min
279

ଅତି ନିଜର ଏ ମୌସୁମୀ !

ଆଣିଛି କେତେ କେତେ ସୁନ୍ଦର ଉପହାର

ଆଣିଛି ରଜର ଫୁଲ ଦୋଳି ରଜ ପର୍ବ

ଆଜି ପ୍ରକୃତି ରାଣୀ ଆନନ୍ଦେ ଝୁମି ଉଠିବ

ଖେଳିବ ଝୁଲିବ ନାଚିବ ହୋଇ ଆହ୍ଲାଦିତ

ଆଜି ଏ ଧରା ଧରଣୀ ମା ପୃଥିବୀ ମା

ଏ ମୌସମୀ ବର୍ଷାର ଶୀତଳ ସ୍ପର୍ଶେ 

ତା ହୃଦୟର ସବୁ ଶୁଷ୍କତା ଆଜି ଯିବ ଉଭେଇ

ଏ ମୌସମି ଆଣିଛି ନୂଆ ଖୁସି ନୂତନ ସମ୍ଭାର

ଚିର ସବୁଜ ହୋଇ ବଞ୍ଚିବାର ଇଚ୍ଛା ହେବ ପୂରଣ

ଏ ବୃକ୍ଷର ପତ୍ର ଝଡ଼ା ଦେଇଥିବା ସବୁ ଶୁଷ୍କ ଡାଳ

ପୁଣି ହସିବ ! ଦେଖ ନୂଆ ସବୁଜ ପତ୍ର ପୁଣି କଅଁଳିଛି 

ପୁଣି କଢ଼ ଫୁଲ ଫଳରେ ସୁଶୋଭିତ ହୋଇ ଉଠିବ

ଆଜି ପୁଣି ଏ ଧରିତ୍ରୀ ମା ହସି ଉଠିବ ଜିଇଁ ଉଠିବ...।



Rate this content
Log in

Similar oriya poem from Classics