Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Romance Tragedy

3.5  

Dharitri Mallick

Romance Tragedy

ଚା କପ ରୁ ଉଠୁଥିବା ଧୁଆଁ

ଚା କପ ରୁ ଉଠୁଥିବା ଧୁଆଁ

1 min
115


ଚା କପ ରୁ ଉଠୁଥିବା ଧୁଆଁ କହିଯାଏ

ମୋ ମନ ଭିତରେ ଥିବା

କିଛି ଭିତିରି କଥା ଆଉ ବ୍ୟଥା 

ହୃଦୟ ମଧ୍ୟେ ଆବଦ୍ଧ ଥିବା

ବହୁତ୍ କିଛି ଅକୁହା ଯନ୍ତ୍ରଣା ଓ ଭାବନା ।।


ଅନୁଭବ ଯଦି କରି ପରୁଛ କର

ବୁଝି ପାରୁଛ ଯଦି ତେବେ ବୁଝ 

ଉପଶମ ଯଦି ପାରୁଛ କରି

 ତେବେ ଅବିଳମ୍ବେ କର ।।


ତୁମ ଅପେକ୍ଷାରେ ଏ ଗରମ୍ ଚା

 ଆଜି ହୋଇଯାଇଛି ଥଣ୍ଡା

ଏ ଚା ର ଧୁଆଁ ମଧ୍ୟ ମିଳେଇ ଯାଇଛି

ମିଶିଯାଇଛି ବାୟୁ ସଙ୍ଗେ ହୋଇ ଅଦୃଶ୍ୟ


ଆଉ ଥରେ ଏ ଧୁଆଁ ନ ଫେରି ପାରିବ

ଯାହା ଥରେ ହଜେଇଦେଲା ନିଜ ଅସ୍ତିତ୍ଵ

ତୁମ ଫେରିବା ମଧ୍ୟ ଏ ଧୁଆଁ ସଙ୍ଗେ ସମ

ନାହିଁ ଆଉ କିଛି ଭାବନା କି ସେ ସରାଗ

ଯାହା କିଛି ଥିଲା ସବୁ ମିଳେଇ ଗଲା ।


Rate this content
Log in

Similar oriya poem from Romance