STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବିକାଶ ଧୂଆଁ

ବିକାଶ ଧୂଆଁ

1 min
30


ବିକାଶ ତୁ କଉଁଠି ଅଛୁ

ସବୁଆଡ଼େ ପ୍ରଚାର ପ୍ରସାର

ତୁ କୁଆଡେ ସମସ୍ତଙ୍କ ସାଥିରେ

ସମସ୍ତଙ୍କର ଆଶ୍ୱାସ ବିଶ୍ୱାସରେ 

ସଭିଙ୍କର ପ୍ରଚେଷ୍ଟା ପ୍ରୟାସରେ 

ସବୁରି ବର୍ଗର ଆବାସ ଆୟାସରେ 

ଅଙ୍କୁରରୁ କୁଆଡ଼େ ମହାଦ୍ରୁମ ଅଚଳ ମହାମେରୁ


ବିକାଶ ତୁ କଉଁଠି ଅଛୁ

ସବୁ ତୁଣ୍ଡରେ ତୁ କୁଆଡ଼େ ଛୁମନ୍ତର

ନେତାଙ୍କ ବାକ୍ୟ ବାଣରେ

ଡାକବାଜି ଭାଷଣରେ

ସମ୍ବାଦପତ୍ର ସିରୋନାମାରେ

ସାମାଜିକ ଗଣମାଧ୍ୟମରେ

ତୁ କୁଆଡ଼େ ମୁଣ୍ଡରେ ତୁଣ୍ଡରେ ଦାଣ୍ଡରେ


ବିକାଶ ତୁ କଉଁଠି ଅଛୁ

ବିକାଶ ପୁରୁଷଙ୍କ ଛାତି ପକଟରେ

ନିର୍ମଳ ହୃଦୟଙ୍କ ତ୍ରିତଳ ପ୍ରାସାଦରେ

ମନ୍ତ୍ରୀ ମାନଙ୍କର ନିର୍ବାଚନୀ ପ୍ରଚାରରେ

କୋଟିପତିଙ୍କ ସୁଇସ ବ୍ୟାଙ୍କ ଏକାଉଣ୍ଟରେ


ବିକାଶ ତୁ କଉଁଠି ଅଛୁ

ତୁ କୁଆଡ଼େ ବିଦେଶ ଭ୍ରମଣରେ ଅଛୁ

ତୁ କୁଆଡ଼େ ସଭା ସମିତିରେ ମାଡି ଚାଲିଛୁ

ତର୍କ ବିତର୍କରେ ବି ତୁ ପସନ୍ଦ

ତା' ଖଟିରେ କରି ହେବନି ବାସନ୍ଦ


ବିକାଶ କେବଳ ମାୟା ମିରିଗ

ଆକାଶକୁସୁମ ନିର୍ବାଚନୀ ଧୂଆଁ

ପାଞ୍ଚବର୍ଷରେ ଥରେ ଅଚାନକ କରିବ ଆଁ

ମୁଣ୍ଡ କୁ ଟିଣ କରିବ ଧଡ ଧଡ଼ ଧାଁ


ବିକାଶ କୁଆଡ଼େ ଅବାସ୍ତବ ଅଭିଧାନ

ଶବ୍ଦର ଇନ୍ଦ୍ରଜାଲରେ ଶ୍ରମରେ ନାହିଁ

ଭାଷାଣର ମାୟାଜାଲରେ ରାଶନରେ ନାହିଁ

ଡାଟାର ଇସ୍ତାହାରରେ ଅଟାରେ ନାହିଁ

କବିତାର ସ୍ଵର ଝଙ୍କାରରେ ସଳିତାରେ ନାହିଁ


ମୂଳିଆ ବାଉଁଶ ଠେଙ୍ଗା ମିଳୁ ବା ନ ମିଳୁ

ତେଲ ଦିଆ ପାଚିଲା ବାହୁଙ୍ଗି ହଳେ

ଚାରି ଫୁଟିଆ କଳା ମଚ ମଚ ତାଳ ଦଣ୍ଡାଟେ

ଧରିବୁ କବଳେ ବିକଳେ

ପଛରେ ବସେଇବୁ ଆଠ ଦଶ ପାହାର

ପରେ ପରେ ବଜ୍ର ପ୍ରହାର

ବିକାଶ ମାରିବ ଲାଙ୍ଗୁଡ ଡିଆଁ

ବୋଧେ ଆଉ ପାଞ୍ଚବର୍ଷ ପରେ

ପୁଣି ଉଦ୍ଭା ହେବ 

ନୂଆ ପୋଷାକ ପିନ୍ଧି

ଚିତା ଚଇତନ ଲଗେଇ

କୁଦି ପଡ଼ିବ ପଡିଆକୁ ପୂରା ଦମ୍ଭରେ

ବାମନ ହାତରେ ଚାନ୍ଦ ଧରିବା ପରି

ତର୍ଜନ ଗର୍ଜନ ତୁହା କୁ ତୁହା


ବିକାଶର ଅର୍ଥ ଆପଣ ଭାବନ୍ତୁ

ଗଛ କାଟି ସଡ଼କ ବନେଇବା ବା ବହି ଛାପିବା

ପୁଣି ସେହି ସଡ଼କ ପଥରେ ଲେଖିବା

ଛାୟା ଦରକାର

ପୁଣି ସେହି ବହିର ପଛ ପୃଷ୍ଠାରେ ଲେଖିବା

ଗଛ କାଟିବାକୁ କରନା ମନ

ବୃକ୍ଷ ହିଁ ଜୀବନ

ବାକି ସବୁ ପରା ଅଢେଇ ଦିନ


ହାଏ ରେ ବିକାଶ !

ତୁ ବୋଧେ ପାଳଭୃତ ନନା

ଅଧେ କନା-କୁଟା-ବାଉଁଶରେ ଆବୃତ୍ତ 

ଆର ଅର୍ଦ୍ଧକରେ ଉଡଇ ବାନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy