STORYMIRROR

Panchanan Jena

Fantasy Others

4  

Panchanan Jena

Fantasy Others

କିଛି ତ ଥିବ !

କିଛି ତ ଥିବ !

1 min
4


କିଛି ତ ଆଶା ଥିବ

କାଳବୈଶାଖି ଅସରାଏ ବର୍ଷାର

କିଛି ତ ଆକାଂକ୍ଷା ଥିବ

ତୋଫାନି ପବନ ଖଣ୍ଡିଆଭୂତର

କିଛି ତ କାମନା ଥିବ

ଘଡଘଡି ଚଡ଼ଚଡ଼ି ଚଡ଼କ ପର୍ବର

କିଛି ତ ଭାବନା ଥିବ

ଝିପିଝିପି ଝଡି ବର୍ଷା ବୁନ୍ଦାର


କୋହିଲେ କାହିଁକି ବା ବ୍ୟଗ୍ରତା ବ୍ୟସ୍ତତା 

ତଳକୁ ଖସିବା ପଡିବା ପାଇଁ

ନିଜ ସତ୍ତାକୁ ଜଳାଞ୍ଜଳି ଦେବାପାଇଁ

ମାଟି ସହିତ ଏକାକାର ହେବ। ପାଇଁ


ତୁମେ ଥରେ ଭାବି ଦେଖ ଭଉଣୀ ଭାଇ

ଆକାଶ ଦେଶରେ ଉଡ୍‌ଡିୟମାନ କେହି

ଛୁଇଁବାକୁ ଧୂଳି ଧୂସରୀତ ଧରଣୀ ଭୂଇଁ

କେଉଁ କାରଣ ପ୍ରମାଣ ପାଇଁ ଡେଉଁଛି ଖାଇ


ଥରେ ଉପରକୁ ଉଠିଲେ ଚଢିଗଲେ

ଭୂପତନ କଥା ଆଦୌ କୁହ ନାହିଁ

ଉଚ୍ଚତା ତେଜିବାକୁ କେହି କେବେ 

ଖସିପଡ଼େ କି ମୋହ ମାୟା କାହିଁ


କିଛି ତ ଅଛି ସଂପର୍କ ସଂବନ୍ଧ

ଅନାଦି ଅନନ୍ତ କାଳରୁ

ଲୁକ୍କାୟିତ କିଛି ଗୂଢ ରହସ୍ୟ

ସୃଷ୍ଟିର ପ୍ରାରମ୍ଭ ବେଳରୁ


ଆକାଶ ପୃଥିବୀର ପ୍ରତୀକ୍ଷା ଯୁଗ ଯୁଗର

ଅତିଷ୍ଠ ହେଲେ ବିରହ ସୃଷ୍ଟି ହୁଏ ଜହର

ମିଳନ ପାଇଁ ବୋଧେ ବାଛି ଛାଣ୍ଟି ନିଅନ୍ତି 

ଶୂନଶାନ ଅପରାହ୍ନର ତତଲା ପ୍ରହର


ଅସରାଏ ବର୍ଷା ତ ବାହାନା କେବଳ

କାଳବୈଶାଖି ତ ମାତ୍ର ଉପକ୍ରମଣିକା

ସବୁ ସେହି ପ୍ରକୃତିର ରାସଲୀଳା ଖେଳ

ବୁଝିବା ଏଥିର ଝଡ ପରର ନୀରବତା


କ୍ଷଣିକ ଆଲିଙ୍ଗନ ପାଇଁ ତୁଚ୍ଛ ଆକାଶି ତୁଙ୍ଗତା

ପତନରେ ମିଳନରେ ମିଳେ ସ୍ଵର୍ଗୀୟ ସ୍ନିଗ୍ଧତା।


Rate this content
Log in

Similar oriya poem from Fantasy