STORYMIRROR

Ajit Kumar Raut

Abstract Fantasy

4  

Ajit Kumar Raut

Abstract Fantasy

ଯେବେ ବର୍ଷା ଆସେ !

ଯେବେ ବର୍ଷା ଆସେ !

1 min
106


ଲୁଚି ଯାଏ ସୂର୍ଯ୍ୟ, ଗରମ ତାଣ୍ଡବ,

ଗମଗମ ଝାଳନାଳ,

ବର୍ଷା ଆଗମନ ଶୀତଳ ପବନ

ବୁହେ ଟି ହୋଇ ପ୍ରବଳ !

ଟୁପୁରୁ ବର୍ଷାର ଧାର,

ଆନନ୍ଦ ଉତ୍ସାହ କରୁଛି ସଞ୍ଚାର

ଦିଶୁଛି ସାରା ଅନ୍ଧାର !!


ଭିଜା ମାଟି ବାସ୍ନା ହୁଏ ଅଙ୍କୁରିତ

ହୁଏ ମନ କୁତୂହଳ,

ବସା ମଧ୍ୟେ ପକ୍ଷୀ ଲୁଚି ରହି ଥାଏ

ଶୁଭେ ନାହିଁ କୋଳାହଳ !

ଚତୁର୍ଦୀଗରେ ନିଶ୍ଚଳ,

ଗୋଳିଆ ଅଳିଆ ଭାସି ଯାଉ ଥାଏ

ଶୁଭୁ ଥାଏ କଳକଳ !!


ଉତ୍ସାହପ୍ରଦରେ ସୃଷ୍ଟି କରି ଦିଏ

ଟୁପୁରୁ ଟାପୁରୁ ବର୍ଷା,

ଦୂର କରି ଦିଏ ପ୍ରଖର ଗରମ

ଜୀବଜନ୍ତୁ ଖୋଜେ ବସା !

ଘଡଘଡି ବଜ୍ରପାତ

ତହିଁ ଦୌଡ଼ି ଦୌଡ଼ି ଛାଡୁ ଥାଏ ରଡି

କରୁ ଥାଏ ଭୟଭୀତ !!


ଝଡି ପଡୁ ଥାଏ ଗଛ ଲତା ପୁଷ୍ପ

ପ୍ରଖର ବାୟୁ ବେଗରେ

ଉଡ଼ି ଯିବ କିବା ଗରିବର ଘର

ରହି ଅଛି ଚାଳଘରେ !!

ଡାକୁ ଥାଏ ଜଗନ୍ନାଥ,

ବଞ୍ଚାଇ ଦିଅହେ ତାର ଚାଳ ଘର

କରୁଛି ବାୟୁ ଅନର୍ଥ !!


ବର୍ଷା ଆସେ ଯେବେ ଗ୍ରୀଷ୍ମର ଋତୁରେ

ମନ ହୁଏ ଆନନ୍ଦିତ,

ଝାଞ୍ଜି ଖରା ଠାରୁ ମୁକ୍ତି କରି ଦିଏ

ଶୀତଳ ପବନ ଯୁକ୍ତ !!

ବର୍ଷାର ଋତୁ ମହତ୍ତ୍ଵ,

ଚାଷୀ ହୁଏ ଖୁସି ଆନନ୍ଦ ଅପାର

ହୋଇବ ବର୍ଷା ବହୁତ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract