ବର୍ଷା ଯେବେ ଆସେ
ବର୍ଷା ଯେବେ ଆସେ
ମଉସୁମୀ ଯେବେ ଆସେ,
ଧରା ମହମହ ବାସେ;
କଦମ୍ବ କାନନେ ମାଳତୀ ବିତାନେ
ପ୍ରକୃତି ଅଧୀରେ ହସେ;
ମେଘ ଓଢଣୀରେ ବିଜୁଳି ଚମକ,
ପୂବେଇ ପବନେ ଉଡେ ବଳାହକ;
ତୁହାକୁ ତୁହା ୟେ ପହିଲି ବରଷା
ସ୍ପର୍ଶେ ରସା ଆର୍ଦ୍ର ଦିଶେ ।।
ଖଦ୍ୟୋତ ଆଲୋକେ ସଞ୍ଜେ,
ଶୂନ୍ୟ ନୀରବତା ଭାଙ୍ଗେ,
ମଣ୍ଡୁକ କର୍କଶ ସ୍ଵର ରବ ଶପଦ୍ଦ
ମନତନେ ଶଂକା ଯାଗେ;
ରିମି ଝିମି ଝିମି ପାଦର ପାଉଞ୍ଜି,
ମଉସୁମୀ ରସା ପ୍ରେମେ ଗଲା ମଜ୍ଜି;
ମେଘ ମଲ୍ହାର ର ସଙ୍ଗୀତ ସ୍ଵରରେ
ନୃତ୍ୟ ରତା ଅନୁରାଗେ ।।
ତୀବ୍ର ନିଦାଘ ର ଧାସେ,
ଭୂଧର ଟାଙ୍ଗର ଦୃଶ୍ୟେ;
କଅଁଳ ଶ୍ୟାମଳ ନବ ଦୂର୍ବାଦଳ
ମଉସୁମୀ ଯେବେ ଆସେ;
ଗାଲିଚା ବିଛାଇ ସ୍ଵାଗତ କରୁଛି,
ଇନ୍ଦ୍ରଧନୁ ରଙ୍ଗ ପତନୀ ପାରିଛି;
ଆସ ମେଘ ବାଳା ଉଛୁଳା ଛଇଳା
ଚାଚକ ଚାହିଁଛି ଶୋଷେ ।।
କୃଷକ ଆଶା ଭରସା,
ଅସ୍ମିତା ତୁମେ ତା ଭାଷା;
କୋଟି ଜୀବନର ଅମୂଲ୍ୟ ରତନ
ତୁମେ ମଉସୁମୀ ବର୍ଷା;
କେକା ସଙ୍ଗୀତର ଗୀତ ତୁମପାଇଁ,
ପୁଛ ଟେକି ଭୋଳେ ନୃତ୍ୟ କରଇ;
ଶ୍ୟାମଳ କେଦାର ଫୁଲେଇ ହେଲାଣି
ପ୍ରକୃତି ଚିନ୍ମୟୀ ବେଶା ।।
