STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ଚାପ ଖେଳ ହେଉ

ଚାପ ଖେଳ ହେଉ

1 min
21


ଶତକୋଟି ବ୍ରହ୍ମାଣ୍ଡ ନାୟକ ମହାବାହୁ 

ବିରାଜ ହୁଅ ନରେନ୍ଦ୍ରେ ଚାପ ଖେଳ ହେଉ

ଗ୍ରୀଷମ ବିଷମ ଘୋର ତପତ ମେଦିନୀ

ବୈଶାଖ ନିଦାଘ ତେଜସ୍କ୍ରିୟ ସୂର୍ଯ୍ୟ ରଶ୍ମି 

ଦାଉ ପ୍ରଶମନ ହେଉ 

ବିରାଜ ହୁଅ ନରେନ୍ଦ୍ରେ ଚାପ ଖେଳ ହେଉ ।


ଗୋଳି ଚନ୍ଦନ କୁ ବୋଳି ଦେହେ ଜଗନ୍ନାଥ

ମଦନ ମୋହନ ରୂପେ ହୋଇଣ ବିଦିତ

ପଞ୍ଚପାଣ୍ଡବ ଙ୍କ ସଙ୍ଗେ ଭୂଦେବୀ ଶ୍ରୀଦେବୀ 

ମଣି ବିମାନରେ ଆସ ଦେଖୁୟେ ପୃଥିବୀ

ତୁମ ଲୀଳା ମହାବାହୁ

ବିରାଜ ହୁଅ ନରେନ୍ଦ୍ରେ ଚାପ ଖେଳ ହେଉ ।


ମଲ୍ଲୀ ଚମ୍ପା ବନଫୁଲେ ହୋଇଣ ମଣ୍ଡିତ

ଅଚିନ୍ତ୍ୟ ପ୍ରଲୁବ୍ଧ ରମ୍ୟ ମହାର୍ଘ ୟେ ଚିତ୍ର 

ୟେ ପୁରୁଷୋତ୍ତମ ଧାମ ପବିତ୍ର ବିଦିତ

ପତିତପାବନ ବୋଲି ଉଡୁଅଛି ନେତ 

ଆଊ ଉଛୁର ନହେଉ

ବିରାଜ ହୁଅ ନରେନ୍ଦ୍ରେ ଚାପ ଖେଳ ହେଉ ।


ନନ୍ଦା ଭନ୍ଦ୍ରା ଆଗେ ଆଗେ ଚାଲେ ବୈଜୟନ୍ତୀ

ସତର୍କ ପ୍ରହରୀ ସଦା ସଙ୍ଗରେ ବୁଲନ୍ତି

ଗ୍ରୀଷମେ ଭଉଁରୀ ଜାତ ସ୍ନାହାନ ପୂର୍ଣ୍ଣିମା 

ଅଷାଢୁଆ ମେଘେ ରଥେ ବୁଲନ୍ତି ମଣିମା

ତୁମ ଇଚ୍ଛା ପୂର୍ଣ୍ଣ ହେଉ

ବିରାଜ ହୁଅ ନରେନ୍ଦ୍ରେ ଚାପ ଖେଳ ହେଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy