STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ବାଜି ରାଉତ

ବାଜି ରାଉତ

1 min
407


• ବାଜିଆ ବୋଲି ସେ ଅବୋଧ ଝଡ଼ ଟେ ଓଡ଼ିଶାର ଢେ଼ଙ୍କାନାଳ

• ଗଡ଼େ, ଜନ୍ମିଲା ସେଦିନ ରାତିରେ ନାଁ ରଖିଗଲା କାଳ କାଳ ।।

• ଘୋର ଘନ ରାତି ଅନ୍ଧାର ଚିରି ଅଗ୍ନି ଉଲ୍-କା ସମ

• ଆବିର୍ଭାବ ହେଲା ଇତିହାସ ଆଜି ଗାଉଛି ଯାହାର ନାମ ।।

• ରାଜା ଅତ୍ୟାଚାର ଅସହ୍ୟ ହୋଇଲା ବିଦ୍ରୋହ କରିଲେ ପ୍ରଜା  

• ଇଂରେଜୀ ଫଉଜ ବିଦ୍ରୋହ ଦମନେ ହକାରି ଆଣିଲେ ରଜା ।।

• ଗଡ କୁ ପ୍ରବେଶ ନିମନ୍ତେ ସେଦିନ ମହାନଦୀ କୁଳ ଘାଟେ

• ପ୍ରବେଶି ଦେଖିଲେ ଡଙ୍ଗା କୁଳେ ବାଦ୍ଧି ବସିଛି ଛୋଟ ପିଲାଟେ ।।

• ବୟଷ ତାହାର ମାତ୍ର ବାଆର ହସ ହସ ଦିସେ ମୁହଁ

• ଡଙ୍ଗା ଆଣ ବେଗେ ଆରପାରି ପାଇଁ ନଦୀ ପାର କରିଦିଅ  ।।

• ଫଉଜ କୁ ଦେଖି ନଡରିଲା ତିଳେ ମନା କରେ ନାହିଁ ନାହିଁ

• ପ୍ରଜାମଣ୍ଡଳ ର ବିନା ଆଦେଶରେ ଡଙ୍ଗା ବାହିବି ନାହିଁ ।।

• ଏଡିକି ସାହସ ମେଞ୍ଚଡ ପିଲା ତୁ କି ସାହସେ ଏଡେ କଥା-

• କହୁ, ଡର,ଭୟ ନାହିଁ କିରେ ତୋର ନଶୁଣୁ ଫଉଜୀ କଥା ।।

• ଯେତେ ପରକାର ବୁଝାଇ କହିଲେ, ନଶୁଣି କୁଳରୁ ଡଙ୍ଗା

• ନେଇ, ଚାଲିଯାଏ ବାଜିଆ ନ ଶୁଣି ଗୋରା ଫଉଜର କଥା ।।

• ଉତ୍-କ୍ଷିପ୍ତ ହୋଇଲେ ଗୋରା ପଲଟଣ ନକରିବାରୁ ସେ ପାରି 

• ଗୁଡୁମ୍,ଗୁଡୁମ୍ ଗୁଳି ଛୁଟି ଗଲା ବାଜିଆ ପଡ଼ିଲା ଟଳି ।।

• ପ୍ରଜାହିତ ପାଇଁ ମୃତ୍ୟୁ କୁ ଯିଏ ନଡରିଲା ଆଜି ସିଏ 

• ଅମର ହୋଇଛି ଏବେ ବି ସେ ନାମ ବିଶ୍ଵ ଇତିହାସ ଗାଏ ।। 



Rate this content
Log in

Similar oriya poem from Inspirational