STORYMIRROR

Kalish Chandra Parhi

Inspirational

3  

Kalish Chandra Parhi

Inspirational

ପ୍ରେମରେ ଟିକେ ଜୀଇଁବାଶିଖ

ପ୍ରେମରେ ଟିକେ ଜୀଇଁବାଶିଖ

1 min
222


ସୁନ୍ଦର ଏ

ଧରଣୀ-ବୁକେ

କାହିଁକି ଆଜି

       ଜଳୁଛି ନିଆଁ ,

ସତ୍ୟ ଆଉ

ଶାନ୍ତି ପଥେ

ଆଚ୍ଛାଦଇ

       ତାହାରି ଧୂଆଁ ।

ଜୀବନ ହୁଏ

ଦୁର୍ବିସହ

କାହିଁକି ଆଜି

        କହରେ କହ,

ସୁନ୍ଦର ଏ

ଧରଣୀ ବୁକେ

ଲଗାନା ନିଆଁ

        ରହରେ ରହ ।

ପ୍ରେମରେ ଟିକେ

ଜୀଇଁବା ଶିଖ

ମାଟି ମା'ର

        ମହତ ରଖ,

ପୂଣ୍ୟଭୂମ

ି

ମର୍ତ୍ତ୍ୟ ଆଜି

ଝରାଏ ଲୁହ

       ଦେଖରେ ଦେଖ।

ମଣିଷ ଦେହେ

ଦିବ୍ୟ ଜ୍ଞାନ

ନୁହେଁ ସେ ପଶୁ

        ନୁହେଁରେ ନୁହେଁ,

ବିବେକ ଯାର

ଦିବ୍ୟ ଜ୍ୟୋତି

ଉର୍ଦ୍ଧ୍ବଗତି

        ଚାହେଁରେ ଚାହେଁ।

ଅଳୀକ ଏଇ

ଦୁନିଆଁ ବୁକେ

ଅଳପ ଦିନ

        ଗଳପ ଆମ,

ସୃଷ୍ଟି ଭରି

ଚହଟି ଯାଉ

ଧନ୍ୟ ହେଉ

        ମର୍ତ୍ତ୍ୟ ଧାମ ।


Rate this content
Log in

Similar oriya poem from Inspirational