Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଭାଇ ବନ୍ଧୁ କୁଟୁମ୍ବ

ଭାଇ ବନ୍ଧୁ କୁଟୁମ୍ବ

1 min
3



ଜଗତକୁ ଯେବେ ମଣୁଥାଏ କେହି

ନିଜ ଭାଇ ବନ୍ଧୁ କୁଟୁମ୍ବ ସମ

ଝଟକେ ନାହିଁ କି ସକଳ ହୃଦୟେ

ତା' ରୂପର ଶୋଭା ସେ ଅନୁପମ ।


ଜଣେ ଲୋକ ସିନା ଶାରୀରିକ ଭାବେ

ହୋଇ ପାରେ କାହା ନିକଟତର

ଆନର ଆତ୍ମାକୁ ଛୁଇଁବା ପାଇଁକି

ଆବଶ୍ୟକ ନୁହେଁ କି ଦକ୍ଷତାର ?


ଆପଣେଇ ଅଛି ଏ କଳାକୁ ଯିଏ

ନୁହେଁ କି ସଫଳ ମଣିଷ ସିଏ

ରହି ପାରେନି କି ଚିର ଦିନ ଲାଗି

ଘରଟିଏ କରି ଆନ ହୃଦୟେ ।


ନିଜ ପର ଭାବ ନରଖି ମନରେ

ଆପଣାପଣରେ ହୃଦୟ ଛନ୍ଦି

ଜିତି ଚାଲିଥାଏ ଜଣୁ ଜଣ ପରା

ସ୍ନେହ ପ୍ରେମ ଡୋରେ ହେବାକୁ ବନ୍ଦୀ ।


ଏହି ଭାବନାକୁ ତୋଳି ଧରି କିଏ

ଯେବେ ବାହି ନେବ ଜୀବନ ନାଆ

ହଟି ପରମାଦ ନଥିବ ବିଷାଦ

କ୍ଷତି ନକରି ବି ଦୁଃଖର ବାଆ ।


ଭାଇ ଦିଏ ଥଳ ବନ୍ଧୁ ଦିଏ ବଳ

ସ୍ନେହ ସହଯୋଗ କୁଟୁମ୍ବଠାରୁ

ସକଳେ ନିଜର ରଙ୍ଗମଞ୍ଚ ତଳେ

ଅଭିନୟେ ହୋଇପାରିବା ଗରୁ ।



Rate this content
Log in

Similar oriya poem from Inspirational