Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Inspirational

3  

Bharati Bhusan Das

Inspirational

ଅହିଂସା ର ସାଥି

ଅହିଂସା ର ସାଥି

1 min
174



ତୁମେ ଥିଲ ସତ୍ୟ ନ୍ୟାୟ ଧର୍ମ ର

ପୂଜାରୀ  ଅହିଂସା ର ପୂଜକ

ଲୋଭ ମୋହ ମାୟା

କେବେ କରିନଥିଲା ସ୍ପର୍ଶ

ସମସ୍ତ ସୁଖ ସ୍ଵାଚ୍ଛନ୍ଦ୍ୟ କୁ ଭୁଲି

କରୁଥିଲ ସେବା, ଗରିବ ଙ୍କର

ସ୍ବପ୍ନ ଥିଲା, ସ୍ୱାଧୀନତା ll

ବିଦେଶୀ କବଳୁ

କାଟି ପିନ୍ଧି କୁଟି ଖାଇ

ଅହିଂସା ମାର୍ଗରେ

ଚେତେଇଥିଲ ସଭିଙ୍କୁ ସ୍ୱରାଜ ଡାକରା ଦେଇ

ପିନ୍ଧୁଥିଲ ଆଣ୍ଠୁ ଉପରକୁ

ଖଣ୍ଡେ ଦି ହାତ କପଡା ll

ଦେହରେ ଢାଙ୍କିଥିଲ ଗୋଟିଏ ଦୋଷଡା

ଖରା ବର୍ଷା ଶୀତ କାକର କୁ

ନଥିଲା ଖାତିର.... 

ଜୀବନ କୁ ବାଜି ଲଗେଇ

ସ୍ୱାଧୀନତା ଆଣିଲ ସତ

ହେଲେ, ଏବେବି ବୁଝି ହୁଏନା                      

ସେ ସ୍ୱାଧୀନତା ର ମୂଲ୍ୟ କ'ଣ??

ହେ, ଅହିଂସା ର ସାଥି

ତୁମ ସାଧନା ର ବ୍ରତ

ଏମିତି ନଷ୍ଟ ହେବା ପାଇଁ ଦିଅନା ll



Rate this content
Log in

Similar oriya poem from Inspirational