ଗୁରୁ ଆଲୋକ
ଗୁରୁ ଆଲୋକ
ଅନ୍ଧାର ପଥରେ ତୁମେ ଆଲୋକ
ଶିକ୍ଷା ଦିଅ ତୁମେ ଆମ ଶିକ୍ଷକ !!
ଯାହା ବି ଶିଖିଛୁ ତୁମ କୃପାରୁ
ପାସୋରି ଜୀବନି କେବେ ମନରୁ !!
ଦୁନିଆରେ ଅମୂଲ୍ୟ ଏ ସମ୍ପର୍କ
ଅନ୍ଧାର ପଥରେ ତୁମେ ଅଲୋକ !!
ତୁମ ପାଇଁ ଦିନେ ଏ ଦିବସ
ରହିଥାଉ ସଦା ସ୍ନେହ ଆଶିଷ !!
ହୃଦୟରେ ହୁଏ ତୁମରି ପୂଜା
ଶିକ୍ଷା ଦୁନିଆରେ ତୁମେ ହିଁ ରାଜା !!
ତୁମେ ହେଉଛ ଆମର ଶୁଭଚିନ୍ତକ
ଅନ୍ଧାର ପଥରେ ତୁମେ ଆଲୋକ !!
ଦୁନିଆଟା ଯଦି ଅନ୍ଧାର ହୁଏ
ଶିକ୍ଷାର ପ୍ରଦୀପ ଜାଳିବ କିଏ ?
ଶିକ୍ଷାର ପ୍ରଦୀପ ଜାଳିବା ପାଇଁ
ଶିକ୍ଷକ ସାଜିଲ ଦୁନିଆ ପାଇଁ !!
ହେ ଶିକ୍ଷକ ତୁମେ ଶିକ୍ଷା ରକ୍ଷକ
ଅନ୍ଧାର ପଥରେ ତୁମେ ଆଲୋକ !!