STORYMIRROR

Shaktiprava Mishra

Inspirational

3  

Shaktiprava Mishra

Inspirational

ଗୁରୁ

ଗୁରୁ

1 min
202

ଯିଏ ଜନ୍ମ କରି ସଂସାର ଦେଖାଇଲେ

ଆଉ ଯିଏ ହାତ ଧରି ବାଟ କଢ଼ାଇଲେ

ଜୀବନର ପ୍ରତିପଦରେ ଯିଏ 

ସ୍ନେହ ଆଉ ସୁରକ୍ଷାର ବଳୟ ସାଜି 

ମୋତେ ରକ୍ଷା କରିଲେ

ସେମାନେ ମୋର ପୂଜନୀୟ 

ମୋ ପିତାମାତା ମୋ ଗୁରୁ।  


ଶିକ୍ଷାର ଆଲୋକ ବାଣ୍ଟି ଯିଏ ଅନ୍ଧାର ଦୂରେଇଲେ

ମନର ଗଭୀରତାକୁ ଛୁଇଁ କଳୁଷତା ହଟେଇଲେ

କେବଳ ଡିଗ୍ରୀ ହାସଲ ପାଇଁ ନୁହେଁ 

ମଣିଷ ପରି ମଣିଷଟିଏ କରି ଯିଏ ଗଢିତୋଳିଲେ

ସେଇ ଶିକ୍ଷକମାନେ 

ମୋର ପୂଜନୀୟ ମୋ ଗୁରୁ ।


ଯେଉଁମାନେ ନିଜ ସ୍ୱାର୍ଥରୁ ଦୁରରେ ରହି

ମୋ ମନ ଆଉ ହୃଦୟର କଥାକୁ ବୁଝିଲେ

ନିଜେ ନିଃସ୍ୱ ସାଜି ଅଜାଡ଼ିଦେଲେ 

ମୋ ଅଣ୍ଟିରେ

ସ୍ନେହ ପ୍ରେମ ଆଉ ବିଶ୍ୱାସର ଧନ

ସେଇ ବନ୍ଧୁ ସମ୍ପର୍କୀୟମାନେ 

ମୋର ପୂଜନୀୟ ମୋ ଗୁରୁ ।


ଗୁରୁ ଏକ ଆଶୀର୍ବାଦର ହାତ

ଗୁରୁଙ୍କ ପାଦରେ ମୋର ମଥା ପ୍ରଣିପାତ

ଗୁରୁ ସର୍ବଦା ରହିଥାନ୍ତୁ ପ୍ରିୟ ସାଥି ହୋଇ

ଶିଷ୍ୟର ବି ଗୁରୁ ବିନା ଅନ୍ୟ ଗତି ନାହିଁ

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର 

ଗୁରୁ ସାକ୍ଷାତ ପରଂବ୍ରହ୍ମ ତସମେଇ 

 ଶ୍ରୀ ଗୁରବେ ନମଃ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shaktiprava Mishra

Similar oriya poem from Inspirational