ହସିବା ମନା
ହସିବା ମନା
1 min
518
ଖୁଣ୍ଟରେ ବାନ୍ଧି
ଜଗୁଆଳି ହୋଇ ରଖିଛ ଛନ୍ଦି ।
ଦିନ ପରେ ଯାଏ ଦିନ
ଉପହାର ଦେବା ମନରେ ନାହିଁ
ଚକଲେଟ ଫୁଲ ମିଳୁ ଯେ ନାହିଁ
ଏଇ ଅଟେ ତୁମ ମନ ?
ତୁମକୁ ଚାହିଁ
ସବୁ ସଖାଙ୍କୁ ମୁଁ ଆଡେଇ ଦେଉଛି
ଦେଖ ମୋ ଭାଗ୍ୟ
ଏପଟୁ ନାହିଁ କି ସେପଟୁ ନାହିଁ ।
ମନମାରି ମୁଁ ଯେ ବସିଛି
ଭାଲେଣ୍ଟାଇନ ଡେ ଆସୁଛି
ସବୁ ସ୍ମୃତି ପୋଡି ଖାଇ ତ ଦେଲଣି
ଏବେ ଜୀବନଟା ପୋଡା ବାସୁଛି ।
ଯୁବକ ଯୁବତୀ ଟିକିଏ ପ୍ରେମରେ
ପାଳୁଛନ୍ତି ଭାଲେଣ୍ଟାଇନ
ଜୀବନଟା ଆମେ ନିଛାବର କଲୁ
ଆମ ପାଇଁ ଖାଲି ଫାଇନ ।
ସ୍ତ୍ରୀ ହେବା କଣ ଦୋଷ ?
ଛାଡିଦେଇ ଯିବୁ ନାହିଁ ଜାଣିଲେ ବି
ଗିଫ୍ଟ ନଦେଇ ଦେଖାଉଛ ଖାଲି ରୋଷ ।
ମନେ ରଖିଥାଅ କହୁଛି ଏଥର
ସହିବିନି ଆଉ କଷଣ
ଟିକେ ଯଦି ମୋତେ କରିବ ଅଦେଖା
ସହିବ ମୋ କୋପ ବର୍ଷଣ ।
ପତ୍ନୀ ହୋଇଗଲେ ହୃଦୟରୁ ତାର
ପ୍ରେମ ଯାଏନାହିଁ ଶୁଖି
ଚିରଦିନ ପାଇଁ ପ୍ରେମର ବାରତା
ଦିଅ ତା ହୃଦୟେ ଲେଖି ।
ଶକ୍ତିପ୍ରଭା ମିଶ୍ର

