STORYMIRROR

Shaktiprava Mishra

Inspirational

3  

Shaktiprava Mishra

Inspirational

ପୂଜ୍ୟପୂଜା

ପୂଜ୍ୟପୂଜା

1 min
387


ଯିଏ ଜନ୍ମକରି ସଂସାର ଦେଖାଇଲେ

ଆଉ ଯିଏ ହାତଧରି ବାଟ କଢ଼ାଇଲେ

ଜୀବନର ପ୍ରତିପଦରେ ଯିଏ ସ୍ନେହ ଆଉ ସୁରକ୍ଷାର

ବଳୟ ସାଜି ମୋର ରକ୍ଷା କରିଲେ

ସେମାନେ ମୋର ପୂଜନୀୟ ପିତାମାତା

ମୋ ଗୁରୁ।   


ଶିକ୍ଷାର ଆଲୋକ ବାଣ୍ଟି ଯିଏ ଅନ୍ଧାର ଦୁରେଇଲେ

ମନର ଗଭୀରତାକୁ ଛୁଇଁ କଳୁଷତା ହଟେଇଲେ

କେବଳ ଶିକ୍ଷାଗତ ଯୋଗ୍ୟତା ହାସଲ ପାଇଁ ନୁହେଁ 

ମଣିଷ ପରି ମଣିଷଟିଏ କରି ଯିଏ ଗଢିତୋଳିଲେ

ସେଇ ଶିକ୍ଷକ ମାନେ ମୋର ପୂଜନୀୟ

ମୋ ଗୁରୁ ।


ଯେଉଁମାନେ ନିଜସ୍ୱାର୍ଥରୁ ଦୁରରେ ରହିଲେ

ମୋ ମନ ଆଉ ହୃଦୟର କଥାକୁ ବୁଝିଲେ

ନିଜେ ନିଃସ୍ୱ ସାଜି ଅଜାଡ଼ିଦେଲେ ମୋ ଅଣ୍ଟିରେ

ସ୍ନେହ ପ୍ରେମ ଆଉ ବିଶ୍ୱାସର ଧନ

ସେଇ ବନ୍ଧୁ ,ସମ୍ପର୍କୀୟମାନେ ମୋର ପୂଜନୀୟ

ମୋ ଗୁରୁ ।


ଗୁରୁ ଏକ ଆଶୀର୍ବାଦର ହାତ

ଗୁରୁଙ୍କ ପାଦରେ ମୋର ଶତ ପ୍ରଣିପାତ

ଗୁରୁ ସର୍ବଦା ରହିଥାନ୍ତୁ ପ୍ରିୟସାଥି ହୋଇ

ଶିଷ୍ୟର ବି ଗୁରୁ ବିନା ଅନ୍ୟ ଗତିନାହିଁ

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ,ଗୁରୁ ଦେବ ମହେଶ୍ୱର 

ଗୁରୁ ସାକ୍ଷାତ ପରଂବ୍ରହ୍ମ ତସମେଇ

 ଶ୍ରୀ ଗୁରବେ ନମଃ ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shaktiprava Mishra

Similar oriya poem from Inspirational