STORYMIRROR

Shaktiprava Mishra

Inspirational

4  

Shaktiprava Mishra

Inspirational

କରୋନା

କରୋନା

1 min
22.4K

    

                            


କେଉଁଠୁ ଆସିଲା ଏ ରୋଗ

ଅତର୍କିତ ସଂକ୍ରମିତ ହେଲା

ଦେହରୁ ଦେହକୁ,

ଦେଶରୁ ଦେଶକୁ

ଜଣରୁ ପଣକୁ

ଅଦୃଶ୍ୟ ସେ ଭୂତାଣୁ 

ଜିଭ ଲହରାଇ ମାଡିବସୁଥିଲା

ସମଗ୍ର ଏ ମାନବ ଗଣକୁ ।


ମଣିଷ ସୃଷ୍ଟିର ଏକ ଉପାଦାନ ମାତ୍ର

ଗର୍ବରେ ସିନା କହୁଥିଲା ସର୍ବଶ୍ରେଷ୍ଠ

ଆଜିର ଏ ପରମାଣୁ ଯୁଗରେ 

କରୋନା ରୋଗର ଭୟରେ

ସବୁ ମଣିଷ ଗଲେ ଲକ ଡାଉନରେ

ଏବେ ଆତଙ୍କ ସମଗ୍ର ବିଶ୍ବରେ ।


ଏଇ ଭୂତାଣୁ ଏବେ

ଆମ ଚାରିପାଖ ଲୋକଙ୍କ ଦେହରେ

ଲୁଚିରହି ଘର କରିଅଛି

ଆଖି ନାକକୁ ହାତରେ ଛୁଇଁଲେ

ଗଳା ଦେଇ ଦେହରେ ପଶୁଛି

ବ୍ୟଗ୍ର ସିଏ କରିବାକୁ ରୋଗର ପ୍ରସାର

କିନ୍ତୁ ସ୍ୱଚ୍ଛତା ଆଉ ଦୂରତା ରଖି 

ଚଳୁଥିବା ମଣିଷଙ୍କୁ 

ତାର ଖୁବ ବେଶୀ ଡର ।


ଲକ ଡାଉନରେ ଚାରିଆଡେ କଡା ନିୟମ

ସ୍କୁଲ କଲେଜ ଦପ୍ତର ବଜାର ବନ୍ଦ

ଗାଡି ଟ୍ରେନ ପ୍ଲେନ ଚଳାଚଳ ବନ୍ଦ

ସବୁରି ମୁହଁରେ ଗୋଟିଏ କଥା

ବାରମ୍ବାର ସାବୁନରେ ହାତ ଧୁଅ

ଘରେ ରୁହ କେବଳ ଘର ଭିତରେ ରୁହ ।


ଲକ ଡାଉନ  କଥା ଭାବି ଛାନିଆ ହୁଅନା

ଗୃହବନ୍ଦୀର ଏ ଅନୁଭବ ଭାରି ନିଆରା

ରାସ୍ତାଘାଟ ଶୁନଶାନ , ସ୍ଵଛ ଆକାଶ 

କୋଳାହଳ ବଦଳରେ ଶାନ୍ତ ପରିବେଶ  

ଭାସିଆସେ ଏବେ ଜାତିଜାତି ପକ୍ଷୀର କୁଜନ 

ବେଢ଼ି ରହିଛନ୍ତି ଦେଖ ପାଖରେ ପ୍ରିୟ ପରିଜନ ।


ଲୁଡୁ ,ତାସ ,କ୍ୟାରାମ ଖେଳି ,ଟିଭି ଦେଖି

ମା ର ପରଶ ଆଉ ହାତରନ୍ଧା ଖାଇ

କାଟିଦିଅ ସମୟ ଏବେ ପରିବାର ସାଥିରେ

ଘର ଭଳି ଏକ ସୁରକ୍ଷିତ ସ୍ଥାନରେ 

ଏ ମହାର୍ଘ ମୁହୂର୍ତ୍ତକୁ ସାଇତିରଖ ହୃଦୟରେ 

ଭୂତାଣୁ କୁ ଦିଅନା ଖେଳେଇ

କରୋନା ଆପେ ଆପେ ଯିବଟି ପଳେଇ ।


ଏବେ କେବଳ ସତର୍କ ରହିବା ସମୟ

ସ୍ଵଛ ଆଉ ସାବଧାନ ରହିବା ସମୟ

ନିଜକୁ ,ପରିବାରକୁ ଭଲ ପାଇବାର ସମୟ

ମଣିଷ କେବଳ ଘରେ ରହିଲେ

ନିଜକୁ ସୁସ୍ଥ ଆଉ ସୁରକ୍ଷିତ ରଖିଵ

କରୋନା ଭଳି ମହାମାରୀକୁ 

ହରାଇ ବି ପାରିବ ।


ଯଦିଓ …..

ଆଜିପାଇଁ ଏହା ଏକ ଗମ୍ଭୀର ସମସ୍ୟା

ମଣିଷ କିନ୍ତୁ ସଦାକାଳେ ଆଶାବାଦୀ

ଲକ ଡାଉନର ଜୀବନକୁ ସହିନେଲେ 

ଆସନ୍ତାକାଲି ର ସକାଳ ପୁଣିଥରେ 

ମଣିଷ ଓଠରେ ଭରିଦେଵ ହସ ।



Rate this content
Log in

Similar oriya poem from Inspirational