STORYMIRROR

Shaktiprava Mishra

Others

3  

Shaktiprava Mishra

Others

ସମୁଦ୍ର

ସମୁଦ୍ର

1 min
417


ମୁଁ ଗୋଟେ ସମୁଦ୍ର 

ମୋ ଭିତରେ ଖାଦ୍ୟ ଅଛି , ଲୁଣ ଅଛି , ମୋତି ବି ଅଛି 

ତୁମେ କଣ ଖୋଜିବ ତାହା ତୁମ ନିଷ୍ପତ୍ତିର କଥା ........... 

ମୋ ଦେହରେ ଆହୁଲା ମାରି ତୁମେ ନାଆ ଚଲାଇବ 

ଅବା ବୁଡାଳି ସାଜି ମୋ ଅଭ୍ୟନ୍ତରରୁ ଜାଣିବ 

ମୋ ଜଳକୁ ନେଇ ତୁମେ ମୁଂଡରେ ମାରିବ 

ଅବା ଥୁ ଥୁ କହି ତାକୁ ତଳେ ଫିଂଗିଦେବ 

ତାହା ତୁମ ନିଷ୍ପତ୍ତିର କଥା ........... 

ମୋ ସୁଂଦରତାରେ ତୁମେ ମଦମତ୍ତ ହେବ 

ଅବା ତୁମ ବାଲିଘର ଧୋଇଦେଉଛି ବୋଲି 

କୁଳକୁ ମୋର କେବେବି ଆସିବନି 

ସବୁ ନିର୍ଭର କରେ ତୁମ ନିଷ୍ପତି ଉପରେ ......... 

ମୋ ଭିତରେ ବି ତ ଅନେକ ମଂଥନ 

ଯାହା ଦେହରୁ ନିର୍ଗତ ହେଉଛି ଅବିରତ ଦୁଇଟି କଳସ 

ଏବେ ନିଷ୍ପତ୍ତି ନିଅ କାହାକୁ ଆପଣେଈବ ତୁମେ 

ଅମୃତ ନା ବିଷ .....................



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shaktiprava Mishra