STORYMIRROR

Shaktiprava Mishra

Abstract

3  

Shaktiprava Mishra

Abstract

ମହମାୟା

ମହମାୟା

1 min
247

ଗୋଟାଏ ଦୁର୍ଦାନ୍ତ ଅସୁରକୁ ମାରିଥିଲୁ ବୋଲି 

ତୋର ପ୍ରତିମା ଗଢି , ତୋରଣ ସଜେଇ

ମଣ୍ଡପରେ ଅତି ଜାକଜମକରେ ବସେଇ

ମହା ଆଡମ୍ବରରେ ତୋର ପୂଜାର୍ଚନା କଲେ

ଆଉ ଶେଷରେ ତୋ ବିଗ୍ରହକୁ ନେଇ

ବିସର୍ଜନ କରିଦେଲେ ନଦୀଘାଟରେ


ଏବେ ପରା ମାନବଗଣ ସବୁ ମୁଖାଧାରୀ ଅସୁର 

ଏଇଦିନ ମହିଷାସୁର କୁ ମାରିଥିଲୁ ବୋଲି

ଅସୁର ରାଜ୍ୟରେ ତୋତେ ଦେବୀ ବନେଇ

ଫି ବର୍ଷ ତାଙ୍କ ରାଇଜକୁ ଆଣି ସେମାନେ

ଦେଖାଉଛନ୍ତି ସ୍ୱର୍ଗର ଦେବୀ କେତେ ଅସହାୟ 

ଏଠାର ସାଧାରଣ ନାରୀ ମାନଙ୍କର କଥା ଛାଡ଼


ମା 'ତୁ ବିଶ୍ୱାସ କରିପାରୁନୁ ମୋ କଥାକୁ ନା ?

ତାହେଲେ ଯା ଥରେ ବୁଲିଆ ନଦୀକୂଳ ଆଡେ

ଦେଖିଆ ଖଣ୍ଡବିଖଣ୍ଡିତ ହୋଇ ତୋ ଶରୀର 

କେମିତି ବିଭତ୍ସ ଭାବରେ ଭାସୁଛି ଜଳରେ

ମା 'କହି ପୂଜିଥିବା ଦେବୀକୁ ମଣିଷଟିଏ କଣ

ଆଜି ତୋର ପୂଜାର ଦିନସରିଗଲା କହି

ଅନ୍ଧକାର ଗର୍ତକୁ ଠେଲି ଦେଇପାରେ


ମହାଶକ୍ତିକୁ ଅନୁଭବିିଲା ବେଳେ ସିନା

ଅସହାୟତାରୁ ବାହାରି ନାରୀ ଶକ୍ତିମୟୀ ହୁଏ

ଦୁଇ ହାତରେ ଭରିଯାଏ ତାର ଦଶ ହାତର ବଳ

ଅସ୍ତ୍ରଶସ୍ତ୍ରରେ ତା ଖାଲିହାତ ପୂର୍ଣ୍ଣ ହୋଇଯାଏ

ଆଉ ସାଧାରଣ ନାରୀଟିଏ ଦୁର୍ଗା ସାଜି

ବଦ୍ଧକରିପାରେ ମହିଷାସୁର ମାନଙ୍କୁ


ଏବେ ପରା ମହିଷାମାନେ ପିନ୍ଧିଛନ୍ତି ମାନବର ମୁଖା

ଘୁରୁଛନ୍ତି ବାପା , ଭାଇ ,ସାର ଆଉ ବନ୍ଧୁର ରୂପରେ

ସେମାନଙ୍କୁ ଅସୁର ବୋଲି ଚିନ୍ହିବା ଆଗରୁ ତ

ଅସହାୟ ଦୁର୍ଗାମାନେ ଧର୍ଷିତା ହୋଇ

ବିସର୍ଜିତ ହେଉଛନ୍ତି ନଦୀ ଆଉ ନାଳର ଧାରରେ


ଯେତେ ପ୍ରକାରରେ ନାରୀକୁ ପୁଜିଲେ ବି

ଅସୁର ଆଖିରେ ନାରୀ ଏକ ଭୋଗ୍ୟବସ୍ତୁ

ଏବେ ଆଉ ମହିଷମର୍ଦିନି ବିଗ୍ରହରେ କି କାମ

ସିଂହ ଆଉ ତ୍ରିଶୂଳର ଏଠି ନାହିଁ ପ୍ରୟୋଜନ

ଏବେ ପରା ବଦଳିଗଲାଣି ଅସୁରଙ୍କ କାୟା

ଏଠି ପ୍ରତିଟି ଅବଳା ନାରୀକୁ ଏବେ ସାଜିବାକୁୁ 

ହେବ ଗୋଟେ ଗୋଟେ ଭିନ୍ନ ମହାମାୟା



Rate this content
Log in

Similar oriya poem from Abstract