STORYMIRROR

Shaktiprava Mishra

Abstract

3  

Shaktiprava Mishra

Abstract

କଥା

କଥା

2 mins
274

          

ମୁଁ ଚୁପ ଥିଲି

ବର୍ଷବର୍ଷ ଧରି ଚୁପ ରହୁଥିଲି

ତେବେ କଣ କରୁଥିଲି ମୁଁ

କେବଳ

ପ୍ରକୃତିକୁ ଦେଖୁଥିଲି

ସମାଜକୁ ପରଖୁଥିଲି

ଜୀବନକୁ ବୁଝୁଥିଲି

ପ୍ରକୃତି କହିଲା ମୋତେ ଆହୁରି

ମନଭରି ଦେଖେ

ସମାଜ କହିଲା ମୋତେ

ମନଭରି ପରଖେ

ଜୀବନ କହିଲା ତୁ କିଛି ସ୍ୱତନ୍ତ୍ର

କାହାରି କଥାରେ ବଦଳେନା ତୁ

କିନ୍ତୁ ମଣିଷ କହିଲା ତୁ ଅପାରଗ

ଅପାରଗ ଶବ୍ଦଟା କାନରେ ପଡିବା ଦିନଠୁ

କଥା କହିବା ଆରମ୍ଭ କରିଦେଲି ମୁଁ

ଆଉ ମଣିଷଙ୍କ ସାଥିରେ ଘୁରିଲି

କଳଙ୍କଟା ମଥାରୁ ପୋଛିଦେବି ବୋଲି

ଯେବେଠୁ କଥା କହିଛି

ମୁଁ ଆଉ ମୋର ସ୍ୱତନ୍ତ୍ରତା ମୋତେ ପିଠିକରି

ଯାଇ ଲୁଚିଛନ୍ତି କେଉଁ ଦୂରପର୍ବତ ପଛରେ

ଅବା ଦିଗ ବଳୟ ସେପାରେ

ନଚେତ ଅବା କେଉଁ ଅଗ୍ନାଅଗ୍ନି ବନସ୍ତ ମଝିରେ

ଏଠି କିନ୍ତୁ ମୋର ଗୋଟେ ପାଦ 

ତାଙ୍କ ଅଭିମାନ ଭାଙ୍ଗିବାକୁ ବ୍ୟଗ୍ର ହେଲାବେଳେ

ମୁଖାଧାରୀ ମଣିଷମାନେ ସଂସାର ମାଟିରେ

କେବେଠୁ ପୋତିସାରିଛନ୍ତିି ମୋର ଅନ୍ୟ ପାଦଟିକୁ

ମୋ ଭିତର ମୁଁ ଟା ହଜିସାରିଛି ଯେବେଠୁ

ମୁଁ ଖାଲି କଥା ହିଁ କହୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shaktiprava Mishra

Similar oriya poem from Abstract