କଥା
କଥା
ମୁଁ ଚୁପ ଥିଲି
ବର୍ଷବର୍ଷ ଧରି ଚୁପ ରହୁଥିଲି
ତେବେ କଣ କରୁଥିଲି ମୁଁ
କେବଳ
ପ୍ରକୃତିକୁ ଦେଖୁଥିଲି
ସମାଜକୁ ପରଖୁଥିଲି
ଜୀବନକୁ ବୁଝୁଥିଲି
ପ୍ରକୃତି କହିଲା ମୋତେ ଆହୁରି
ମନଭରି ଦେଖେ
ସମାଜ କହିଲା ମୋତେ
ମନଭରି ପରଖେ
ଜୀବନ କହିଲା ତୁ କିଛି ସ୍ୱତନ୍ତ୍ର
କାହାରି କଥାରେ ବଦଳେନା ତୁ
କିନ୍ତୁ ମଣିଷ କହିଲା ତୁ ଅପାରଗ
ଅପାରଗ ଶବ୍ଦଟା କାନରେ ପଡିବା ଦିନଠୁ
କଥା କହିବା ଆରମ୍ଭ କରିଦେଲି ମୁଁ
ଆଉ ମଣିଷଙ୍କ ସାଥିରେ ଘୁରିଲି
କଳଙ୍କଟା ମଥାରୁ ପୋଛିଦେବି ବୋଲି
ଯେବେଠୁ କଥା କହିଛି
ମୁଁ ଆଉ ମୋର ସ୍ୱତନ୍ତ୍ରତା ମୋତେ ପିଠିକରି
ଯାଇ ଲୁଚିଛନ୍ତି କେଉଁ ଦୂରପର୍ବତ ପଛରେ
ଅବା ଦିଗ ବଳୟ ସେପାରେ
ନଚେତ ଅବା କେଉଁ ଅଗ୍ନାଅଗ୍ନି ବନସ୍ତ ମଝିରେ
ଏଠି କିନ୍ତୁ ମୋର ଗୋଟେ ପାଦ
ତାଙ୍କ ଅଭିମାନ ଭାଙ୍ଗିବାକୁ ବ୍ୟଗ୍ର ହେଲାବେଳେ
ମୁଖାଧାରୀ ମଣିଷମାନେ ସଂସାର ମାଟିରେ
କେବେଠୁ ପୋତିସାରିଛନ୍ତିି ମୋର ଅନ୍ୟ ପାଦଟିକୁ
ମୋ ଭିତର ମୁଁ ଟା ହଜିସାରିଛି ଯେବେଠୁ
ମୁଁ ଖାଲି କଥା ହିଁ କହୁଛି
