STORYMIRROR

Shaktiprava Mishra

Inspirational

4  

Shaktiprava Mishra

Inspirational

ବୋଉ

ବୋଉ

1 min
289

ବୋଉ ବୋଉ ଡାକ ଦେଉଥିବା ଯାଏଁ

ଛୁଆ ହୁଏନାହିଁ ବଡ

ଜୀବନ ଜଞ୍ଜାଳ ବୋଝକୁ ମୁଣ୍ଡାଇ

ଦେହ ହୁଏ କାଠଗଡ଼

ତଥାପି ସେ କାଠ ଦେହରେ ବତୁରି

ରହିଥାଏ ସ୍ନେହ ପ୍ରେମ

ବୋଉ ଚାଲିଗଲେ ମଣିଷ ମୁରଦାର

ସଂସାର ମଶାଣି ଧାମ ।


ବୋଉର ପ୍ରେମରେ ଅମୃତ ପରସ

କଥା ତା ବଇଁଶୀ ସ୍ଵନ

ବୋଉ ଜୀବନର ପ୍ରଥମ ପ୍ରେମିକା

ବୋଉ ଅଟେ ସ୍ୱର୍ଗଧାମ 

ମନ୍ଦିରେ ଠାକୁର କାହିଁ ପୁଜିବୁ ତୁ

ବୋଉ ଯଦି ଅଛି ପାଖେ

ତା ମୁହଁରେ ହସ ଫୁଟାଇପାରିଲେ

ଦେବଦେବୀ ସବୁ ପାଶେ 


ଗର୍ଭେ ଧରି ସିଏ ଜନମ ଦେଇଛି 

ଭୁଲି ତାର ନିଜ ସୁଖ

ରକ୍ତ ମାଂସଧାରୀ ମଣିଷ ନୁହେଁ ସେ

ଦେବୀ ଙ୍କର ଏକ ରୂପ

କାଠ ପଥରକୁ ପୁଜୁଅଛ କିଆଁ

ବୋଉ ମନେ ଦେଇ ଦୁଃଖ

ନହେଲେ ସଂସାରେ ପୁଣି ଜନ୍ମନେବ

ଶୁଝିବାକୁ ବୋଉ ତ୍ୟାଗ ।


ଯେମିତି ଜନମ ପାଇଛ ଏ ଜନ୍ମେ

ସେମିତି ପାଇବ ପୁଣି

ବାରବାର ନେବ ଜନମ ତା ଗର୍ଭୁ

ଯେତେଦିନ ଥିବ ରୁଣୀ

ବୋଉ ଅଟେ ପରା ଗୁରୁ

ବୋଉର ଚରଣେ ମଥା ନତକରି

ପାପରୁ ପାପୀ ଉଦ୍ଧରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shaktiprava Mishra

Similar oriya poem from Inspirational