ଆମେ ଗୋଟିଏ ଡୋରିରେ ବନ୍ଧା
ଆମେ ଗୋଟିଏ ଡୋରିରେ ବନ୍ଧା
ମରତେ ଜନମ କର୍ମେ ଧାବମାନ
ଶେଷେ ପଞ୍ଚଭୂତେ ଲୀନ,
ଇଏ ତ ଅଟଇ ସଂସାରର ଗତି
କେହି ବି ନୁହେଁ ବାରଣ ।
ପରିବାର ଗଢ଼ି ସ୍ନେହ ପ୍ରେମ ବାଣ୍ଟି
କରି କର୍ତ୍ତବ୍ୟ ସାଧନ
ବାନ୍ଧି ହୋଇଥାନ୍ତି ଗୋଟିଏ ଡୋରିରେ
ଦେହେ ଥିବାଯାଏ ପ୍ରାଣ ।
ମନ ଚାହେଁ ନାହିଁ ଛିଣ୍ଡାଇବା ପାଇଁ
କେବେ ସମ୍ପର୍କ ବନ୍ଧନ
ସାତଗଣ୍ଠି ଦେଇ ସାଇତିଥାଆନ୍ତି
ତା'କୁ କରି ଜୀବଧନ ।
ସୁଖେ ଅବା ଦୁଃଖେ ନିଜ ଭବ ନାବେ
କାଟିଥାନ୍ତି ରାତିଦିନ
ମନରେ ହେଉ ବା ହୃଦୟରେ ହେଉ
କରି ଈଶ୍ବରେ ସ୍ମରଣ ।
ଏମିତି ତ ଆମେ ସୃଷ୍ଟିର ସନ୍ତାନେ
କେ କାହାଠୁ ନୁହେଁ ଭିନ୍ନ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ନ୍ତି ଯେଝା ସ୍ଥାନ ।