ଜାପାନୀ କାରିଗର
ଜାପାନୀ କାରିଗର
ମନେପଡ଼େ ଆଜି ଏକ ଗପ ବୃଦ୍ଧକାଳେ
ଯାହା ମୁହିଁ ପଢ଼ିଥିଲି ଆମ ପିଲାବେଳେ l
ଆଶଙ୍କା ଜାଗିଲା ଯେଣୁ ହଜି ଯିବ ଭାଇ
ଗୀତଟିଏ ଲେଖିଦେବି କାଳେ ଥିବ ରହି l
ଶୁଣ ଶୁଣ ଭାଇ ସେହି କଥାଟା ବଖାଣେ
ଜାପାନକୁ ବୁଲି ଗଲେ ପର୍ଯ୍ୟଟକ ଜଣେ l
ବୁଲି,ବୁଲି, ପହଞ୍ଚିଲେ ଟୋକିଓ ନଗରେ
ରହିଲେ ସେଇଠି ଏକ କାଗଜର ଘରେ l
କାଗଜର ଘର ଦେଖି ମନେ ମନେ ଭାଳି
କହନ୍ତି ଜାପାନୀ ଜାତି, ଅତୀବ କୁଶଳୀ l
ଏ ସ୍ମୃତିକୁ ନିଶ୍ଚେ ମୋର ରଖିବି, ସାଇତି
ବୁଲି ବାହାରିଲେ ଏହା ମନ ମଧ୍ୟେ ଚିନ୍ତି l
ଦୃଷ୍ଟିରେ ପଡ଼ିଲା ଏକ ଦରଜୀ ଦୋକାନ
ନିକଟେ ତା' ପହଁଚିଲେ ପର୍ଯ୍ୟଟକଜଣ l
କହିଲେ ସେ ଦରଜୀକୁ ଶୁଣିବ କି ଭାଇ
କମିଜ ଏକ ମୋହର ଦେବ କି ସିଲାଇ l
ସେ କମିଜ ହେବ ଦେଖ ଠିକ୍ ଏହି ପରି
ଦେଖାଇଲେ ଦରଜୀକୁ ନିଜ ପିନ୍ଧା ଧରି l
ଦରଜୀ ହଁ କରି ତହୁଁ ମାପ ଚୂପ ନେଲା
ସିଲାଇ କରି ଦି ଦିନେ କମିଜଟି ଦେଲା l
ପୁରୁଣା କମିଜେ ଥିଲା ଏକ ଫଟା ସିଆଁ
ଦରଜି ଭାଇ ତାହାକୁ ଛାଡ଼ନ୍ତା ବା କିଆଁ l
ଅନୁକରଣ ପା ଅଟେ ଜାପାନୀଙ୍କ କଳା
ସିଆଁଦାଗ ଗୋଟିଏ ଦରଜି କରିଦେଲା l
ଅତି ହର୍ଷେ ପର୍ଯ୍ୟଟକ କମିଜ ଟି ନେଇ
ଜାପାନୀ କାରିଗରକୁ ବୋଲନ୍ତି ବଧାଇ l
ଧନ୍ୟଧନ୍ୟ ଧନ୍ୟ ତୁ ଜାପାନୀ କାରିଗର
ଜାତିକୁ କରିଛୁ ତୋର ବିଶ୍ୱେ ବଳିୟାର l