STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ଏକତା

ଏକତା

1 min
317


ସେନେହର ପଞ୍ଚଜନ୍ୟ ଧ୍ଵନି

ଯେବେବା ବାଜେ ତୁମ କର୍ଣ୍ଣେ

ପାଗଳ ପରାୟ ବିହ୍ଵଳ ହୋଇ

ଧାଇଁ ଧଇଁ ଆସ,

ଏକାକୀ ନୁହଁ

ସଭିଙ୍କ ହାତ ଛନ୍ଦି

କାନ୍ଧକୁ କାନ୍ଧ ମିଳାଇ

ମନରେ ବାନ୍ଧିଥାଅ ସମ୍ପର୍କର ରାକ୍ଷୀ,

ଆପଣାର ରାମରାଜ୍ୟଟା

ଆତ୍ମାର ମିଳନରେ

ସ୍ପନ୍ଦନର ସୁଗମ ସଂଗୀତ ଗାଏ;

ତୁମେ ସେଇ ଏକତା ନା?


ତୁମେ ଆସିଲେ....

ପ୍ରେମର ବାଆ ମହାବାତ୍ୟା ପରି ଧାଇଁ ଆସେ,

ମନ୍ଦ ମନ୍ଦ ମଳୟ ସମ ସଦ୍ଭାବର ଫଟୋ ଗୁଡାକ...

ଅନ୍ତରଙ୍ଗର ଆଲବମରେ ସଜାଡି ହୋଇଯାଏ,

ମୈତ୍ରୀର ଆଖିଠରାଟା

ପ୍ରୀତିର ମ ଉ ଳା ମୁହଁରେ ଲାଜେଇଯାଏ,

ଅଭେଦ ଅଛୁଆଁ ଶବ୍ଦ ଗୁଡାକ ପ୍ରାଣଭୟରେ

ମହାନତାର ଅଭିଧାନରୁ କୁଆଡେ ଅଦୃଶ୍ୟ ହୋଇଯାଆନ୍ତି,

ତୁମେ ସେଇ ଏକତା ନା?


ତୁମର ଉପସ୍ଥିତିରେ

ଦେଶ ଜାତି ବଳୀୟାନ ହୋଇଯାଏ

ଜ୍ୟେଷ୍ଠ,ଶ୍ରେଷ୍ଠର ସପନଟା

ତାଙ୍କୁ ହାତଠାରି ଡାକେ,

ଆନନ୍ଦର ସାଗର ଉଛୁଳି ଉଠେ,

ଖୁସିର ହୁଲି ଡ଼ଙ୍ଗାଟା ଗଜଗମନୀ ନାଚ କରେ,

ଆଉ ଉତ୍ଫୁଲ୍ଲତାର ଗଗନରେ.. ଉଦ୍ଦେଶ୍ୟର ଚାନ୍ଦଟା ରୁପାଥାଳୀ ପାଲଟିଯାଏ,

ଦୁଃଖ ବର୍ଷା ଝଡର ଅତିକ୍ରାନ୍ତେ..

ସୁଖ ଇନ୍ଦ୍ରଧନୁଟା ଆଙ୍କି ହୋଇଯାଏ,

ଦୁଃଖ ନୈରାଶ୍ୟର କଳା ବାଦଲଟା

ବନ୍ୟା ପରି ସବୁ ଧୋଇ ନିଏ,

ଦେଇଯାଏ ମରୀଚିକାର ଆଭାସୀ ଅଟ୍ଟହାସ୍ଯ

ତୁମେ.. ସେଇ ଏକତା ନା?


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational