STORYMIRROR

Gouri Panda

Inspirational

3  

Gouri Panda

Inspirational

ଲାଲବାହାଦୁର

ଲାଲବାହାଦୁର

1 min
188

ଜୟ ଯବାନ, ଜୟ କିଷାନ

ଦେଲ ସ୍ଲୋଗାନ। 

ଶାନ୍ତି ଦୂତ ଲାଲବାହାଦୁର 

ତୁମେ ମହାନ। 

ସରଳ, ଆଉ ନିରାଡମ୍ବର 

ତୁମ ଜୀବନ। 

ସଚ୍ଚୋଟ ପଣିଆରେ ଜିତିଲ

ସବୁରି ମନ। 

ଶାନ୍ତି ରକ୍ଷା ପାଇଁ ଶାନ୍ତି ବାର୍ତ୍ତା 

ଦେଲ ଆହ୍ବାନ। 

ଶାନ୍ତି ଚୁକ୍ତି ପାଇଁ କରିଥିଲ

ମହାମିଳନ। 

ନିର୍ଭିକ, ଦାମ୍ଭିକ, ସଇନିକ 

ହେ ଦୟାବାନ। 

ଦୟାକରି ଚୁକ୍ତି ପଦ୍ରେ କଲ

ତୁମେ ସାଇନ। 

ଷଡଯନ୍ତ୍ର ରଚିଗଲେ ହେଲେ 

ତୁମେ ଜାଣିନ। 

ରହସ୍ୟମୟ ହୋଇ ରହିଲା 

ତୁମ ମରଣ। 

କପଟତା ଭରି ରଖିଥିଲା

ସେ ପାକିସ୍ତାନ। 

ଜାଣି ନାହିଁ ସରଳ, ନିଷ୍ପାପ 

ତୁମରି ମନ। 

ସରଳ, ନିଷ୍କପଟ ର ତୁମେ 

ଉଦାହରଣ। 

ବୁଝିପାରି ଏ ଦେଶ ଜନତା

କଲା ଭୂଷଣ। 

ମରଣ ଉପରାନ୍ତରେ ଦେଲା

ଭାରତରତ୍ନ। 

ନଇଁବାକୁ ଦେଇ ନାହଁ ଦେଶ

ତେଣୁ ମହାନ। 

ଶ୍ରେଷ୍ଠ ବୀର ଭାରତର ତୁମେ 

ହେଲ ଗଣନ। 

ଆଜି ବି ଏଦେଶ ତୁମ କଥା

କରେ ସ୍ମରଣ। 

ଧନ୍ୟ ତୁମେ ଲାଲବାହାଦୁର 

ଯୋଗ୍ୟ ସନ୍ତାନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational