ଆବାହନୀ
ଆବାହନୀ
ନୂତନ ଯୁଗର
ସୃଷ୍ଟି ଆମେରେ
ନୂଆ-ଚେତନାର-ବାହକ,
ଆମ ହୃଦେ ନାହିଁ
ଭୀତି-କମ୍ପନ
ଇର୍ଷା-ବାଦର-ଡହକ ।
ଆମେ ଏ-ମାଟିର
ନିର୍ଭୀକ ବୀର
ଦୁର୍ମଦ ଆମେ
ମହା ଦୁର୍ବାର
ସ୍ବପ୍ନ ବିଳାସୀ
ଆଖିରେ ଆମର
ନୂଆପୃଥିବୀର-ଝଲକ
ନୂତନ ଯୁଗର
ସୃଷ୍ଟି ଆମର
ନୂଆ ଚେତନାର-
ବାହକ ।।
ପୂଜ୍ୟ ପୂଜାର
ପୂଜକ ଆମେରେ
ଶାନ୍ତି ମୈତ୍ରୀର-ପ୍ରତୀକ
ପ୍ରତିଭାର-ପୂଜା
ଧର୍ମ ଆମର
ଆମେ ନୈଷ୍ଠିକ-ଋତ୍ବିକ
ଆମେ ଏ ଜାତିର
ଆଶା-ଭରସାର
ଜ୍ଞାନ-ଗାରିମାର
ଉଜ୍ବଳଯୟ-ଆଲୋକ
ନୂତନ ଯୁଗର
ସୃଷ୍ଟି ଆମେରେ
ନୂଆ ଚେତନାର-ବାହକ
ଆମ ହୃଦେ ନାହିଁ
ଭୀତି-କମ୍ପନ
ଇର୍ଷାବାଦର-ଡହକ ।।