STORYMIRROR

Rajabala Tripathy

Inspirational

3  

Rajabala Tripathy

Inspirational

ମାଆ

ମାଆ

1 min
181

ପିଲାଦିନେ 

ଖାଇବା ମନକୁ ନ ପାଇଲେ

ମା' କେତେ କେତେ 

ଅପ୍ସନ ଦେଉଥିଲା ।।


ଗରମ ବାମ୍ଫଉଠା ଭାତରେ ଘିଅ

ରୁଟି ସହ ସରୁ ସରୁ ଆଳୁଭଜା

କେବେ ଅଣ୍ଡାର ଭୁଜିଆ

ପୁଣି କେବେ ଦୁଧ ଭାତ ।।


ମା' ମୋ ଅଳି ସହୁଥିଲା

ମା' ମନ ବୁଝୁଥିଲା

ସେ ପାଇଁ ତ ତା ସହ 

ଯେତେ ସବୁ ଝଗଡା

ଯେତେସବୁ ମିଠା ପ୍ରେମର ଦିନ ।।


ମା' ପରେ ଆଉ କିଏ

ମୋ ମନ ବୁଝିନି

ଅଳି ଅର୍ଦଳି ସହିନି

ମନ ଜାଣି ବାଢି ଦେଇନି ।।


ମୁଁ ବି ନିଜେ ନିଜେ 

ଶିଖି ଯାଇଛି ସବୁତକ ପରିବା ଖାଇବା

କଲରାଠୁ ଭେଣ୍ଡି

ଭଜା ରୁ ସିଝା ।।


ମୋ ଜୀବନରେ ମା କେବଳ 

ଜଣେ ହିଁ ଥିଲା

କେବଳ ଥରେ ଆସିଥିଲା

ଆଉ ଜଣେ କେହି କେବେ

ତା ପରି ଆସିନି ।।


ସ୍ୱାମୀ ମୋର କେବେକେବେ

ଛୋଟ ପିଲା ହେଇଯାଏ

ଜଣା ପଡେନି

କେବେ କେବେ ତା ପାଇଁ 

ପ୍ରେମ ସହ ମମତା ବି ଝରି ଯାଏ ।।


ତା ବାଳରେ ସ୍ନେହରେ ତେଲ ବି ଲାଗିଯାଏ

ରୋଷେଇଘରେ ପଶିଲେ 

ତା ପସନ୍ଦର ଖାଇବା ମନେ ପଡ଼ିଯାଏ ।।


ତାର ଅଳି ଅର୍ଦଳିବି 

ତା ଇଚ୍ଛା ଅନିଚ୍ଛା ସବୁ

ଆପେ ଆପେ ସହିହେଇ ଯାଏ

ଜଣା ପଡେନି ।।


ପୁରୁଷର ଜୀବନରେ ଅନେକ ମା ଆସନ୍ତି

ଭଉଣୀ ବି ମା ହେଇଯାଏ

ସ୍ତ୍ରୀ ତ ହୁଏ ହିଁ ।।


ନିର୍ଦ୍ଧିଷ୍ଟ ବୟସ ପରେ ଝିଅଟି ବି

ନିଜ ବୃଦ୍ଧ ପିତାର ମା' ହୋଇଯାଏ ।। 


କିନ୍ତୁ ଝିଅମାନଙ୍କ

ଜୀବନରେ କେବଳ ଜଣେ ହିଁ ମା' ଆସେ।।

ବଡ ହେବା ପରେ

ତାଙ୍କୁ ଆଉ ଥରେ 

ମାଟିଏ ମିଳେନା ।


ସେ ସ୍ନେହ, ସେ ଅଳି ଅର୍ଦଳି

ସେ ସବୁ ନଖରା 

ପୁଣି ଥରେ କେହି କେବେ ସହେନା ।।


ଝିଅମାନଙ୍କ ଜୀବନରେ 

ଥରେ ହିଁ କେବଳ ଥରେ ହିଁ 

ହଁ କେବଳ ଥରେ

ମିଳି ଥାଏ ମାଆ ।

ହିନ୍ଦୀ କବିତାର ଅନୁସୃଜନ:: ରାଜବାଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational