STORYMIRROR

Rajabala Tripathy

Tragedy

4  

Rajabala Tripathy

Tragedy

ପୁରୁଷପଣିଆ

ପୁରୁଷପଣିଆ

1 min
480

ମୋର ବାକ୍ୟବାଣରେ ଅତିଷ୍ଠ ହୋଇ

ମୋ ତର୍କକୁ ସାମ୍ନା ନ କରି ପାରି...

ତୁମେ ଯେତେବେଳେ ମୋତେ ବେଶ୍ୟା, ଦେହଜିବି, ରଣ୍ଡୀ ଭଳି ବିଶେଷଣରେ ବିଶେଷିତ କର...

ବେଶ ସ୍ପଷ୍ଟ ଭାବରେ ଦେଖାଯାଏ

କେମିତି ତୁମେ ନଗ୍ନ ଭାବରେ ଠିଆ ହେଇଛ ମୋ ତର୍କର ସାମ୍ନାରେ ...

ସମ୍ଭବ ହେଇପାରିନି ତୁମର ଶତ ଚେଷ୍ଟା ସଭ୍ୟ ମଣିଷର ଖୋଳପାରେ ଲୁଚାଇ ରଖିବାକୁ

 ନିଜର ବଳାତ୍କାରୀ ମାନସିକତାକୁ.....।।


ଯୌନତାର ଗାଳି ଦେଇ ପ୍ରମାଣିତ କର

ତୁମେ ନାରାଜ ନାରୀଟିକୁ

ତୁମ ପରି ମଣିଷଟିଏ ବୋଲିବୋଲି ଭାବିବାକୁ

ତୁମ ପାଇଁ ସିଏ ଆଜିବି ଦେହଟିଏ କେବଳ ।।


ସମାଜର ଚିରାଚରିତ ଧାରାକୁ ଚ୍ୟାଲେଞ୍ଜ କରି

ଆଗକୁ ବଢ଼ୁଥିବା

ନାରୀଟିକୁ ଅଟକେଇବାର ଚେଷ୍ଟାରେ 

ତାକୁ ବଳାତ୍କାର ସୁଦ୍ଧା କରିବାକୁ 

ତୁମେ ଯୁକ୍ତିଯୁକ୍ତ ମନେକର ।।


ଧିକ ତୁମକୁ...

ଏକବିଂଶ ଶତାବ୍ଦୀର ଆଧୁନିକ ଖୋଳପାରେ

ତୁମ ମଧ୍ୟଯୁଗୀୟ ମାନସିକତାକୁ ।।


ନାରୀଟିକୁ ଦେହଜୀବୀ ସଜାଏ କିଏ

ଚରିତ୍ରର ବୋଝ ନାରୀ ମୁଣ୍ଡରେ ଲଦି 

ନିଜକୁ ଝାଡ଼ି ଝୁଡ଼ି 

ପଣସ ଖାଇ ଅଠା ବୋଲୁଥିବା ପୁରୁଷ ତ ।। 


ତୁମ ପରି ମାନସିକତାର ଲୋକମାନଙ୍କ ସକାଶେ

ନାରୀଟିଏ ସାହସ କରିପାରେନା 

ସମାଜର ରାଜରାସ୍ତାରେ ମୁଣ୍ଡ ଉଠେଇ 

ଚାଲିବାକୁ

ଆଖିରେ

ଆଖି ମିଶେଇ ବ୍ୟବସ୍ଥାକୁ ପ୍ରଶ୍ନ କରିବାକୁ ।।


ଶୁଣ ...ଯାହା ଦେଖା ନ ଗଲେ ବି ସତ

ଆଧୁନିକତାର ଚାକଚକ୍ୟ ଭିତରେ

ପୁତି ଗନ୍ଧ ମନ ନେଇ

ଚାଲବୁଲ କରୁଥିବା

ତୁମେମାନେ 

ଜଣେ ଜଣେ ସମ୍ଭାବିତ ବଳାତ୍କାରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy