STORYMIRROR

Rajabala Tripathy

Inspirational Others

4  

Rajabala Tripathy

Inspirational Others

କାଶ୍ମୀର କାବ୍ୟ

କାଶ୍ମୀର କାବ୍ୟ

1 min
356


ଏବେ କାଶ୍ମୀର ଆମର

ଏବେ ଆମେ ଅଖଣ୍ତ ଭାରତ

ଚର୍ଚ୍ଚା ଚାଲିଛି 

ଗାଁଠୁ ସହର

ଟିଭି ଠୁ ଫେସବୂକ ।।

ହେଲେ କାଶ୍ମୀର କଣ ଭୂଇଁଟିଏ

କାଶ୍ମୀର କଣ ତୁମ ଆଖିରେ କେବଳ ଘାଟିଟିଏ 

ଯାହାକୁ ତୁମେ କିଣିବ ବିକିବ

ଯାହା ଉପରେ ଚାଲିବ ତୁମ ମନମାନି 

ଚାଲିବ ନର ସଂହାର।।

ତୁମେ କେମିତି ଭୁଲି ଯାଉଛ

ରାଜ୍ୟ କେବେ ଏକ ଭୂମି ନୁହେଁ

ରାଜ୍ୟ ହେଉଛି ସେ ଭୁଇଁର ଲୋକେ

ବିନା କାଶ୍ମୀରିରେ କେମିତି ବା ମିଳିଗଲା

ତୁମକୁ କାଶ୍ମୀର ରାତି ଅଧିଆ ।।

କାଶ୍ମୀରିମାନଙ୍କୁ ଚୁପ କରେଇ

ବନ୍ଧୁକର ଡର ଦେଖେଇ

କଳେ ବଳେ କୌଶଳେ

ହାତେଇ ନେଲ ତୁମେ ଭୂମି ଚାଖଣ୍ଡେ 

ତୁମ ହେଭି ବୁଟର ଶବ୍ଦରେ 

ଲୁଚିଗଲା କାଶ୍ମୀରି ଓଠର ଭାଷା। 

ହଁ ତୁମର ବା କଣ ଯାଏ ଆସେ

କାହାର ଦୁଃଖରୁ କାହାର ବୋହି ଯାଉଥିବା ଲୁହରୁ

ତୁମକୁ ମଣିଷ ଠାରୁ ମାଟି ବେଶି ପ୍ରିୟ

ତୁମେ ପରା ମାଟିର ବେପାରି ।।

ବିକି ଦିଅ ସେ ମାଟି ଖଣ୍ତକ

ପୁଞ୍ଜିପତିଙ୍କ ହାତ ମୁଠାକୁ 

ଫର ଫର ହେଇ ଉଡାଅ

ତୁମର ସ୍ବପ୍ନର ହିନ୍ଦୁ ଧ୍ୱଜ

କାଶ୍ମୀରରୁ କନ୍ୟାକୁମାରି ଯାଏଁ।।

କାହାକୁ ଜୋର ଜବରଦସ୍ତି ପାଖକୁ ଟାଣି ହୁଏ କି

କାଶ୍ମୀର ଏବେ ପାଖରେ ନୁହେଁ

ଟିକେ ଆଖି ଖୋଲି ଦେଖ

କେମିତି ସେ ଆହୁରି ଦୁରରେ

ଦୁରେଇ ଯାଉଛି 

ଗଡ଼ିଆ ମଝିରେ ଫୁଟି ଥିବା

ହାତ ପାଖ ପଦ୍ମ ଫୁଲଟେ ପରି।।

ଯାଅ ମୁଁ ମାନେନା ତୁମେ ଜିତିଗଲ ବୋଲି

କେହି ନ ଜାଣିଲେ ବି ତୁମେ ଜାଣ

ଖୁବ ନିବିଡ଼ ଭାବରେ 

ତୁମେ ହାରି ଯାଇଛ

ହାରି ଯାଇଛ ନିଜ ପାଖରେ

ଇତିହାସ ପାଖରେ 

କାରଣ କେହି ନ ଥିଲେ ବି 

ଇତିହାସ ଥିବ

ତୁମକୁ ଚେତେଇ ଦେବାକୁ

ତୁମେ ହାରି ଯାଇଛ

କାଶ୍ମୀରିମାନଙ୍କ ଲୁହରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational