STORYMIRROR

Rajabala Tripathy

Tragedy Others

3  

Rajabala Tripathy

Tragedy Others

ମୃତ୍ୟ ଭୋଜି

ମୃତ୍ୟ ଭୋଜି

1 min
565

କାନ୍ଦି କାନ୍ଦି ଲୋଟେ ପୁଅର ମୃତ୍ୟୁରେ

ମାଆ ଯେଉଁ ଅଗଣାରେ

କେଉଁପରି କୁହ ଯାଅ ତୁମେ ଖାଇ

ମୃତ୍ୟୁ ଭୋଜି ସେହି ଘରେ ।।

ସ୍ୱାମୀର ମୃତ୍ୟୁରେ ଯୁବତୀ ବିଧବା

ଅବିରତ ଅଶ୍ରୁ ଢାଳେ

 କୁହ କେଉଁପରି 

ସେ ଘରେ ଭୋଜନ 

ଖାଇବାକୁ ମନ ବଳେ ।।

ଚାଲି ଯାଇଅଛି ସବୁଦିନ ପାଇଁ 

ଯେ ଘର ପାଳନକର୍ତା

ବଜ୍ରପାତ ପରି ଦୁଃଖ ପଡ଼ିଅଛି

ସେ ଘରର ନାହିଁ ଚେତା ।।

ନିଜେ ଭୋକେ ରହି

ଧାର କରଜରେ 

ମୃତ୍ୟ ଭୋଜ ଦିଏ ସିଏ

କୁହ ତେବେ କୁହ

ସେ ଘରେ କିପରି

ଖାଇବାକୁ ଇଛା ହୁଏ ।।

ଅନ୍ଧ ପରମ୍ପରା ଚାପରେ

ନିର୍ଜୀବ ହୁଏ

ବଞ୍ଚି ଥିବା ଲୋକ

ଆଖି ଥାଉ ଥାଉ ଅନ୍ଧ ହେଉ ଆମେ 

ନ ଦେଖି ତା କଷ୍ଟ ଦୁଃଖ ।।

ମରିବା ଲୋକର ପରିବାର ପ୍ରତି

ଅଛି ଯଦି ଦୟା ସିନା

ମଣିଷ ପଣିଆ ନିଭାଅ ସଭିଏଁ

ମୃତ୍ୟୁ ଭୋଜ କର ମନା ।।

ମଣିଷର ଦୁଃଖ ବୁଝିବା ପଣିଆ

ଠାରୁ ବଡ଼ କିଛି ନାହିଁ

ଏହି ତ ଧରମ 

ଏହା ହିଁ କରମ

ମୃତ୍ୟୁ ଭୋଜ ଖାଅ ନାହିଁ

ମୃତ୍ୟୁ ଭୋଜ ଖାଅ ନାହିଁ ।।

Inspired by a hindi poem 

"मृत्यु भोज पर कबिता"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy