ଅଦ୍ଭୁତ ରଙ୍ଗ ବିଚିତ୍ର ଅନୁଭବ
ଅଦ୍ଭୁତ ରଙ୍ଗ ବିଚିତ୍ର ଅନୁଭବ


ମଣିଷ ମନର ଫୁଲବନକୁ
ପ୍ରଚୁର ମହକରେ ବସ୍ନାୟିତ କରେ
ନିର୍ଦ୍ଦିଷ୍ଟ ଏକ ସମୟ
ବିଭୋରିତ କରିଦିଏ
ଦେହ, ମନ ଓ ଆତ୍ମା
ଭିଜାଏ ଅଦ୍ଭୁତ ଏକ ରଙ୍ଗ
ଏବଂ ବିଚତ୍ର ଅନୁଭର ମୁରୁଜ ବୁଣି।
କଳ୍ପନାର ସାମାନ୍ୟ ପୁଟରେ
ବସ୍ତବତାକୁ ଏକ
ଅଲଗା ଢଙ୍ଗରେ ଗଢ଼େ
ବିପୁଳ ଅନ୍ତରଙ୍ଗତାରେ
ସବୁଜ ସ୍ବପର ସୁଷମାରେ
ମୁଗ୍ଧ ହୁଏ
ମୁଗ୍ଧ ହୁର
ସ୍ତବ୍ଧ ବି ହୁଏ
ଆଙ୍ଗିକ ଓ ଆତ୍ମିକ
ଦେହଳିର
ପ୍ରତିବେଦନାରେ।।
ଅନ୍ତରଙ୍ଗତା
ଆତ୍ମୀୟତାର ଆକୁଳତା
ଗଜୁରୀ ଉଠେ
ପତ୍ର ଫୁଲ ଛାଇ
ମେଲି ଯିବାକୁ
ଚଂଚଳ ହୁଏ
ଆକାଶ ପର୍ଯ୍ୟନ୍ତ
ସବୁ ସୁନ୍ଦର ଆନନ୍ଦମୟ
ହୋଇଯାଏ ଏ ସାରା ସଂସାରେ
ପ୍ରେମର ରଙ୍ଗ ଯେବେ
ଛୁଏଁ ଦେହ
ହୃଦୟ କାନ୍ ଭାସ୍ ରେ
ଆଙ୍କି ହୋଇଯାଏ
ପାନ ପତ୍ର।
ଆଃ ! କି ରଙ୍ଗୀନ
କି ମନୋରମ !
କି ଚମତ୍କାର ଅନୁଭବ ଦିଏ ବୟସ !
କିଛି ଦୁଷ୍ଟାମୀ ଫୁଲ ହୋଇ
ଦାନ୍ତ ଦେଖେଇ ଫାଜିଲ ହୁଅନ୍ତି
ମନ ପବନ ଘୋଡ଼ାରେ
ଖେଦି ଯାଏ ସାରାଟା ଆକାଶ।