STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଏକା ଏକା

ଏକା ଏକା

1 min
342

ତୁ କଣ ଭାବୁଛୁ

ଆକାଶର ହାତ ଲମ୍ବି ଆସିବ

ତୋ ଲୁହ ପୋଛିବା ପାଇଁ ?

ପାଗଳିଟା

ତାର କଣ ହାତ ଅଛି !

ସଭିଙ୍କ ଲୁହ ପୋଛିଲା ବୋଲି

ସେମାନେ ବା ତା ହାତ କାଟି ଦେଲେ!


ତୁ ଏକା ଏକା କାନ୍ଦିବୁ

ତୋ ଲୁହ ତୁ ନିଜେ ପିଇବୁ

କେହି ତୋ ପାଖ ମାଡିବେ ନାହିଁ

ତୁ କାନ୍ଦୁଛୁ ନା

ତୋ କାନ୍ଦରୁ କେହି ଭାଗ ନେବେନି

ତୁ ଥରେ ହସିବା ଆରମ୍ଭ କର

ଦେଖିବୁ

ତୋ ସହ କେତେ ହସିବାକୁ 

ଆଗଭର ହେବେ।


ବହୁତ ଭିଡ

ତଥାପି ତୁ ଏକା

କେତେ ଆଲୁଅ

ତୁ କିନ୍ତୁ ଅନ୍ଧାରରେ

କେହି ତୋ ସହ ଚାଲିବାକୁ 

ନ ଆସନ୍ତୁ

ତୁ ଚାଲେ 

ଏକଲା ଚାଲେ

ସ୍ୱପ୍ନ ସହିତ ଚାଲ।


ଏକା ଚାଲିବା ଶିଖ ଧନ

ଏକା ଆସିଥିଲୁ

ଏକା ଚାଲିବୁ

ଏକା ଯିବୁ ବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational