STORYMIRROR

Satyabati Swain

Inspirational

3  

Satyabati Swain

Inspirational

ମନଟିଏ

ମନଟିଏ

1 min
327

ତୁମ ଅଯାଚିତ ସ୍ନେହ ଖୋଜେ

ଖୋଜେ ତୁମ ପରି ମନଟିଏ

ଏମିତି ମନ ଟେ ପାଇବି କେଉଁଠୁ

ମନ ନୁହେଁ ପ୍ରେମ ଝରଟିଏ

କୁଳୁକୁଳୁ ନାଦେ ବହୁଥିବ ନିଇତି

ଓଦା କରି ମୋତେ ଯିଏ।


ପାଇବାର ଆଶା ରଖେ ନାହିଁ ଯିଏ

ଦେବାଟା ହିଁ ଖାଲି ଜାଣେ ଯିଏ

ଅନ୍ୟ ହସ ପାଇ ଅନ୍ୟ ଲୁହ ପାଇଁ

ସଲିତ ହୋଇ ଜଳି ଜଳି ସରିଛି

ଏମିତି ମନଟେ ଦେବ କିଏ ମୋତେ

ମନ ନୁହେଁ ଯିଏ ମିଠା ସୁରଟିଏ।


ଏ ଜୀବନ ଅଧା ସରିଗଲା ମୋର

ସେ ମନର ଠିକଣା ନ ପାଇଲି

ଆଉ କିବା ଭେଟ ପାଇବି ଜୀବନେ

ସମୟ ନେଉଛି ମୋତେ ଠେଲି

ତଥାପି ସପନ ଦେଖୁଛି ମୋ ମନ

ପାଇଯିବି ସେମିତି ମନ ଟିଏ

ମନ ନୁହେଁ ଯିଏ

ଭରସା, ବିଶ୍ୱାସ, ଆସ୍ଥାର ଛାତ ଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational