STORYMIRROR

Satyabati Swain

Inspirational

3  

Satyabati Swain

Inspirational

ନିଶା

ନିଶା

1 min
311

ଜୀବନ ସରି ଯାଉଛି

ସରୁନି ସ୍ୱପ୍ନ ଦେଖା

କି ଯେ ଏ ନିଶା ।


ବେଳ ବୁଡିବାକୁ

ଆଉ ବୋଧେ କେଇପାଦ ବାକି

ଖୋଜା ଚାଲିଛି

ଶେଷର ନାଁ ଧରୁ ନାହିଁ

ସକାଳର ସୂର୍ଯ୍ୟ ଉଦୟ ସହିତ

ରାତିରେ

ତାରା ଫୁଲ ମେଳେ

ଜହ୍ନ ହସିବା ପର୍ଯ୍ୟନ୍ତ ।


ଶୋଇବା ଅନ୍ଧାରରେ ବି ଖୋଜା

କଣ ମ ସେଇ ଚିଜଟା

ବାଇଆ କରିଛି ସବୁ ମଣିଷଙ୍କୁ

ଏ କେଉଁ ନିଶା 

ମାତାଲ କରୁଛି ଜଗତ ।


ଦୁନିଆରେ ତ ଗୋଟିଏ ନିଶା 

ମରିବା ପାଇଁ ଦଉଡିବା

ଏଥି ପାଇଁ ଏତେ ଠେଲା ପେଲା

କୁତ୍ସିତ କାମନା ବାସନା

ସତରେ କଣ ମ ସେଇ ସୁନାର ଆତ ଟା ।


କଣ ନେଇ ଯିବୁ ଯେ

ମୁଁ ତ ଦେଖିଛି

ଆମ ଘରେ ଯେତେ ଜଣ ଆକାଶର ତାରା

ଗଲାବେଳେ ନେଇଛନ୍ତି

ଚିରା କତରା

ପୁରୁଣା କିଛି ପିନ୍ଧା ବସ୍ତ୍ର

କୋକେଇ

ଶିକା 

ବରିଆ

ଗୋବର ପାଣି ହାଣ୍ଡି।


ତେବେ

ବ୍ୟାଙ୍କ ବାଲାନ୍ସ ଶଢେଇବା ପାଇଁ

ଘର ଉପରେ ଘର କରିବା 

ନିଶା କଣ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational