STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ତୁମେ କେତେ ସତେ ବିରାଟ

ତୁମେ କେତେ ସତେ ବିରାଟ

1 min
187

ତୁମେ କେତେ ସତେ ବିରାଟ


ଭାରତ ମାତାର ସୁଯୋଗ୍ୟ ସନ୍ତାନ ଅଖଣ୍ଡ ଭାରତ ସମ୍ରାଟ

ତୁମ କଥା ମନେପଡିଯାଏ ଯେବେ ସତେ ତୁମ କେତେ ବିରାଟ

ଭାରତ ସରସୀ ଜଳରେ ତୁମେତ ସୁବର୍ଣ୍ଣ ଉତ୍ପଳ ସଦୃଶ

ତହୁଁ ଉଦ୍-ଗତିତ ସୌରଭ ନିର୍ଗମେ ସୁରଭିତ ହେଲା ସର୍ବତ୍ର ।।


ତୁମ ଉଦ୍-ଘୋଷିତ ଜାତୀୟ ଚେତନା ଭାରତେ ଆଣିଛି ଗୌରବ 

ପ୍ରତିଟି ଶବଦ ଏବେବି କାନରେ ହେଉଅଛି ପ୍ରତିଧ୍ଵନିତ

ତୁମେ ଭାରତର ଆକାଶ ପ୍ରଦେଶେ ଦିଵସର ଦିବ୍ୟ ଆଦିତ୍ୟ

ଗଗନେ ତ୍ରିଯାମେ ତାରାମେଳେ ଯେହ୍ନେ ପୁନେଇଁ ସୁଧାଂଶୁ ସଦୃଶ ।।


ଭାରତୀୟ ଡଙ୍ଗା ଟଳମଳ ଯେବେ ତୁମେ ଅଟଳ କର୍ଣ୍ଣଧାର

ଘୋର ଝଡ ବାୟୁ ବତାସ କବଳୁ ୟେ ଦେଶକୁ କରିଛ ପାର

ବାଜପେୟୀ ନାମ ଅରାତି ଶୁଣିଲେ ହିୟା ତା’ର କମ୍ପି ଉଠଇ 

ଭାରତ ମାଟିର ଅନନ୍ୟ ପ୍ରତିଭା ତୁମେ ଅମର ମୃତ୍ୟୁଞ୍ଜୟି ।।


ସ୍ଵର୍ଣ୍ଣ ଚତୁର୍ଭୁଜ ଅଲିଭା ଅକ୍ଷରେ ଯୁଗ ଯୁଗ ପାଇଁ ଉଦ୍ଭାସେ

ତୁମ ପ୍ରତିଛବି ସ୍ମୃତି ର ଫଳକ ସୂର୍ଯ୍ୟ, ଚନ୍ଦ୍ର ସମ ବିଭାସେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational