Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

4  

Sukadev Mahanta

Inspirational

ସମୟର ଗତି

ସମୟର ଗତି

1 min
185


ମହାନଦୀ ନୀର      ବହେ ଅବିରତ

     କାହୁଁ କେଉଁ କାଳୁଭାଇ

ସମୟର ଚକ    ଗଡ଼େ ସେହିପରି

    ଅବିରତ ଭାବେତହିଁ ।


ଦଇବ ଦଉଡି       ମଣିଷ ତ ଗାଈ

     ସମୟ ଶଗଡେ ଯୋଚା

ଦଇବ ଇଙ୍ଗିତେ     ସେ ଶଗଡ଼ ଚାଲେ

       ସବୁତ ଦଇବ ଇଚ୍ଛା ।


ଦୁଃଖ ସୁଖ ଅଟେ       ଜୀବନପଥରେ

       ଖାଲ ସମତୁଲ ରାସ୍ତା

ସମୟ ଖେଳଇ       ଚକା ଭଉଁରୀଯେ

       ଦୁଃଖ ସୁଖର ବ୍ୟବସ୍ଥା ।


ସୁଖରେ ବିଭୋର      ଦୁଖରେ ଅଧୀର

     ହେବ ନାହିଁ କେବେ ତୁମେ

ନିଷ୍କାମ କରମେ        ଧ୍ୟାନ ଦେବ ସଦା

      ଫଳ ମିଳେ କାଳ କ୍ରମେ ।


ଯାହାଯେତେ ବେଳେ    ହେବାର ତ ଥିବ 

       ତାହା ସେତେବେଳେ ହେବ

ଚକ୍ରବାତ ସମ         ଘଟି ଚାଲିଯିବ

        କାଳବଳେ ଜାଣିଥୁବ ।


ଦୁଃଖର ପାହାଡ     ଦେଖିଣ ଆଗରେ

     ଡରି ଯିବ ନାହିଁ କେବେ

ସମୟ ଗଢିଛି        ସମୟ ଆସିଲେ 

      ତାହା ହଟିଯିବ ତେବେ ।


ସମୟ ଆହ୍ବାନ      ହୁଅ ସମ୍ମୁଖୀନ

     ଦୁଃଖ ଅବା ସୁଖ ହେଉ

ଦୁଃଖ ଦରିଆରେ     ସୁଖର ବୋଇତ

      ବିଭୁ ପାଦେ ମନରହୁ ।


    


Rate this content
Log in

Similar oriya poem from Inspirational