କାନ୍ଦୁଛି ଖରସ୍ରୋତା
କାନ୍ଦୁଛି ଖରସ୍ରୋତା
କାନ୍ଦୁଛି ପ୍ରକୃତି କୁମ୍ଭୀରର ଜାତି
କାନ୍ଦଇ ଆଜି ଜନତା l
କାନ୍ଦେ ଜଳ ଚର ବନ୍ୟ ଜନ୍ତୁ କୁଳ
କାନ୍ଦୁଛି ମା ଖରସ୍ରୋତା ll
କାନ୍ଦୁଛି ହେନ୍ତାଳ ବିଲ ବଣ ନାଳ
କନ୍ଦାଇ ବୃକ୍ଷ ରାଜି l
ଭବିଷ୍ୟତ ପ୍ରତି ନାହିଁ ଦୁରଦୃଷ୍ଟି
ଜୀବନୀତ ସେ ହଜି ll
ମଧୁର ଜଳ ଯେ ନ ହେବ ଲୁଣିଆ
କହିବ କିଏ ତା କଥା l
ଲକ୍ଷ୍ୟ ଲକ୍ଷ୍ୟ ଜୀବ ଜନ୍ତୁ ସରୀସୃପ
ଯିବନି ତ ତାଙ୍କ ମଥା ll
ପ୍ରକଳ୍ପ ତ ବହୁ ଜାଗାରେ ହେଉଛି
ବୁଝନ୍ତିନି ପର କଥା ll
କାମ ସରିଗଲେ ଯିଏ ଯାହା ବାଟେ
ଭୁଲନ୍ତି ସଭିଙ୍କ କଥା ll
ପ୍ରକୃତିର ରକ୍ଷା ପାଇଁ ଯେ ସୁରକ୍ଷା
ହଜାରେ ନିୟମ ଖାଲି l
ପ୍ରତି କ୍ଷଣ ଏଠି ନଷ୍ଟ ତ ହେଉଛି
ନେତା ଦେଖି ଯାନ୍ତି ଚାଲି ll
ନିତି କଟା ଯାଏ ଶହ ଶହ ବର୍ଷ
କେଡେ ମହା ବଳ ଦ୍ରୁମ l
ବୃକ୍ଷର ସୁରକ୍ଷା ସତେ ନ୍ୟୁନ ଆଜି
ହଜି ଲାଣି ପ୍ରାଣୀ ନାମ ll
ଖରସ୍ରୋତା ଅଛି ରହିବ ସେମିତି
ସେ ମା ପରା ଆମର l
ରକ୍ତ ଦେବୁ ପଛେ ଦେବୁ ନାହିଁ ଜଳ
ସୁରକ୍ଷା ତା ଦରକାର ll
