ମାଆ ମନସାଙ୍କ ପୂଜା
ମାଆ ମନସାଙ୍କ ପୂଜା
ଶିବ ପାର୍ବତୀଙ୍କ ଆଦରର ପୁତ୍ରୀ
ମନସା ଦେବୀ ଅଟନ୍ତି,
ନାଗଙ୍କ ଭଉଣୀ ଶକ୍ତିଶାଳୀ ଦେବୀ
ଭକ୍ତିର ଭକ୍ତି ରଖନ୍ତି ।
ଭାଦ୍ରବ ମାସରେ ମାଆଙ୍କ ପୂଜନ
ଆୟୋଜିତ କରେ ଭକ୍ତ,
ନାନାଦି ନୈବେଦ୍ୟେ ପୂଜନ କରେଟି
ଭକ୍ତିଚିତ ହୋଇ ଭକ୍ତ ।
ମନସାଙ୍କ ନାମ ଗୁଞ୍ଜନ କରେଟି
ଦେବୀଙ୍କର ଜୟକାର,
ଭକ୍ତିପୂର୍ଣ୍ଣ ହୁଏ ପୂଜା ସ୍ଥଳୀ ତାଙ୍କ
ବର୍ଣ୍ଣିବାରେ ଶକ୍ତି କାର ।
ପୁରୋହିତ କରେ ପୂଜା ମାତାଙ୍କର
ମାତା ମନ୍ତ୍ର ପାଠ କରି,
ଧ୍ୟାନେ ମଗ୍ନ ହୋଇ ବସି ଥାଏ ଭକ୍ତ
ମାତାଙ୍କୁ ଚିନ୍ତନ କରି ।
ଖୁସି ଆନନ୍ଦରେ ଭକ୍ତିପୂର୍ଣ୍ଣ ଭୂମି
ଜୟ ମନସାଙ୍କ ରାବେ୍
ଲକ୍ଷ୍ମୀ ପୂର୍ଣ୍ଣ ହୁଏ ଭକ୍ତଙ୍କର ଗୃହ
ନାଗ ଭଉଣୀଙ୍କ ରାବେ୍ ।
ସର୍ବଶକ୍ତିମାନ ଦେବୀଙ୍କ ଚରଣେ
ଭକ୍ତି ରହୁ ନିତିଦିନ,
ଅଭୟ ଦେବେଟି ଦେବୀ ଠାକୁରାଣୀ
ସେବୁ ଥିବା ପ୍ରତିଦିନ ।
କଷ୍ଟ ଦୂର ହୁଏ ଦେବୀଙ୍କ ସ୍ମରଣେ
ପାପ ଦୂର ହୋଇ ଯାଏ
ବିପଦ ନ ଆସେ ଜୀବନ ଯାତ୍ରାରେ
ମନବାଞ୍ଛା ପୂର୍ଣ୍ଣ ହୁଏ ।
ସର୍ପଙ୍କ ଦଂଶନ ଜୀବନେ ନ ହୁଏ
ଶତ୍ରୁ ଭୟ ନୂହେ କେବେ,
ବିଜୟ ହୁଅଇ କର୍ମପଥେ ସେହୁ
ଆଦର୍ଶ ହୂଏ ସେ ଭବେ ।
ମାତାଙ୍କର ଭକ୍ତି ଜୀବନର ଗଣ୍ଠି
ବାନ୍ଧି ଥିବା ନିତ୍ୟେ ପଥେ,
ମନସାଙ୍କ ଭକ୍ତି ନିତ୍ୟେ କରୁଥିବା
ହେବ ଆଶିର୍ବାଦ ପଥେ ।
ଶିବ ପାର୍ବତୀଙ୍କ ଆଦରର ପୁତ୍ରୀ
ମନସା ଦେବୀ ଅଟନ୍ତି,
ନାଗଙ୍କ ଭଉଣୀ ଶକ୍ତିଶାଳୀ ଦେବୀ
ଭକ୍ତିର ଭକ୍ତି ରଖନ୍ତି ।
