ମାଆ
ମାଆ
ଏନ୍ତୁଡିଶାଳ ରୁ ଖୋଲିଲି ଯେବେ ଆଖି ମୋର
ତା ମୁଁହ ଦେଖିଛି ସେବେଠୁ
ମୁଁ ପ୍ରଥମେ କାନ୍ଦିଥିଲି କିନ୍ତୁ
ଶେଷ ଥର ପାଇଁ କାନ୍ଦିଥିଲା ସେ ।
ଅଜଣା ଅଚିହ୍ନା ଆତ୍ମା ଟିଏ ଥିଲି
ମୁକ୍ତ ଆକାଶରେ ଘୁରି ବୁଲୁଥିଲି
ନିଜ ରକ୍ତ ମାଂସ ଦେଇ
ହୃଦୟରେ ସ୍ପନ୍ଦନ ଦେଲା ସିଏ ।
ନା କେବେ ଭଲ ପିନ୍ଧିବାର ସ୍ଵପ୍ନ
ନା ଭଲ ଖାଇବାର ଇଚ୍ଛା
କେବେ କେବେ ଆମ ପେଟରେ ଖାଦ୍ୟ ଦେବା ପାଇଁ
ନିଜେ ଖାଲି ପେଟରେ ଶୋଇଛି ।
ବାପା ଙ୍କର ନାଲି ଆଖି ଆଉ ବେତ ଠାରୁ
କେତେ ଥର ଆମକୁ ବଞ୍ଚିବାକୁ ଯାଇ
ନିଜେ ବେତ ପାହାର ଖାଇଛି
ତଥାପି ସେ ଆଜି ହସୁଛି ।
ଅନ୍ଧାର ରାତିରେ ଅଜଣା ଭୟରେ ଡରି ଯାଉଥିଲି ଯେବେ
ଅଜାଣତେ ତା ପଣତ ଆସି ଛୁଇଁ ଯାଉଥିଲା ସେବେ
ସାଗର ଠାରୁ ବଡ଼ ତା ବିଶାଳ ହୃଦୟ
ଆକାଶ ଠୁ ବଡ ତାର ସ୍ନେହ ।