STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ମୁଁ  ଅଟେ ଭାରତର ସନ୍ତାନ

ମୁଁ  ଅଟେ ଭାରତର ସନ୍ତାନ

1 min
272


ମୁଁ ଅଟେ ଏଇ ଭାରତର ସନ୍ତାନ

କରୁଛି ମୋ ଦେଶ ଇତିହାସ ସ୍ମରଣ

ମହେଞ୍ଜୋଦାରୋର ଦେଶ, ବହୁ ପ୍ରାଚୀନ

ଶିରରେ ମୁକୁଟ ହିମାଳୟ ବଢାଏ ତାର ମାନ

ବାଣୀ ଆମର ହୁଏ ଝଂକୃତ 'ସର୍ବେ ଭବନ୍ତୁ ସୁଖିନ'


ଗୋ, ଗଂଗା, ଗାୟତ୍ରୀ ଜ୍ଞାନ ପୂଜାର 

ଗାଉ 'ବଂଦେ ମାତରମ୍' ଦେଶ ମାତୃକାର

କାଶ୍ମୀର ଭୁସ୍ୱର୍ଗ ଅଟେ ମୋ ଭାରତବର୍ଷର  

ମୁଁ ଅଟେ ଏଇ ଭାରତର ସନ୍ତାନ

କରୁଛି ମୋ ଦେଶ ଇତିହାସ ସ୍ମରଣ


ବହୁ କାରୀଗର ଓ କଳାକାର

ତିଆରି କରିଛନ୍ତି ବହୁ ମନ୍ଦିର 

ଗଢି ନଦୀ ବନ୍ଧ ରଖିଛନ୍ତି ସ୍ମୃତି ତାଙ୍କର

ମୁଁ ଅଟେ ଏଇ ଭାରତର ସନ୍ତାନ

କରୁଛି ମୋ ଦେଶ ଇତିହାସ ସ୍ମରଣ


କେତେ ବୀରର ରକ୍ତ ଏଠାରେ ବହିଛି

ପରାଧୀନତା ବନ୍ଧନରୁ ସ୍ବାଧୀନତା ପାଇଛି

ଏବେ ମୁଁ ମୁକ୍ତ ବିହଂଗ, ଇଛାରେ ଉଡୁଛି

ମୁଁ ଅଟେ ଏଇ ଭାରତର ସନ୍ତାନ

କରୁଛି ମୋ ଦେଶ ଇତିହାସ ସ୍ମରଣ


ମୁକ୍ତି ହେଲି ଅଗଷ୍ଟ ପନ୍ଦରେ, ବଡ଼ ଉଲ୍ଲାସରେ

ମୋ ପାଇଁ ଗଗନ ପବନ ଏବେ ମୁକ୍ତ

ମୁକ୍ତ ଆକାଶରେ ଗାଇ ଆନନ୍ଦର ଗୀତ 

ମୁକ୍ତ ପୁଣି ଜଳ ସ୍ଥଳ ସଚରାଚରେ

ଏବେ ଉଡି ପାରୁଛି ନିଜ ଇଚ୍ଛାରେ


ଚାଷ କରୁଥିଲେ ଦେହରୁ ବୁହାଇ ଝାଳ,

ଚାକିରୀର ନିଶା ଏବେ, ଟଙ୍କା ହୋଇଲା ମୂଳ 

କୃତ୍ରିମ ଖାଦ୍ୟ, ରସାୟନ କ୍ଷୀର, ଭେଜାଲ ମସଲା, 

ତେଲ, ଓୌଷଧ, ପ୍ଲାଷ୍ଟିକ ଗହମ କୋବି, ଆଳୁ,

ଖାଇ ଆଜି ଆମେ ସପନରେ ବଡ଼ବଡ଼ କଥା ଭାଳୁ 


ପୁରୁଣା ସ୍ମୃତି ମାନଙ୍କୁ ସଜାଇବା ମୁକ୍ତା ପରି

ଦେଶପ୍ରେମ ଝଲସୁ ମନରେ ନିଆଁ ଫୁଲ ପରି 

ମାଗେ ଆଞ୍ଜୁଳାଏ ଶାନ୍ତିର ସ୍ୱପ୍ନ ନରହୁ ଆଶଙ୍କା ଅନ୍ତର୍ଜ୍ୱଳନର

ସ୍ନେହ ଶ୍ରଦ୍ଧା ଢ଼ାଳି ଗଢ଼ିବା ଆମ ଦେଶ ବିଶ୍ୱାସର


ଶୀବାଜୀ ଟିପୁ ସୁଲତାନର ଝଙ୍କୃତ ହେଉ ବୀରତ୍ୱର 

ଧର୍ମାଶୋକର ରାଇଜ ଏତ ବିରାଜୁ 'ସତ୍ୟମେବ ଜୟତେ'ର

ସରଳତାର ପ୍ରତୀକ ହେଉଛି ପ୍ରାଚୀନ ଦ୍ରାବିଡ ସଭ୍ୟତାର  

ନାହିଁ ଜାତି ସମ୍ପ୍ରଦାୟର ବିଚାର, ଜଗନ୍ନାଥ ତତ୍ତ୍ୟ ମହକେ ବିଶ୍ଵ ଭିତର

      

ସବୁଠି ପାଇବା ଅତୀତ କୀର୍ତ୍ତି ଆମର

ନୁହେଁ କେବେ ହୀନିମାନ ଜନଗଣ ଆମ ଦେଶର

ବଳରେ ଲଢି, ଛାଡ଼ି ଯାଇଛନ୍ତି ଯେ କୀର୍ତ୍ତ ତାଙ୍କର 

ମୁଁ ଗର୍ବିତ ଜନମ ନେଇଛି ସନ୍ତାନ ହୋଇ ଏ ମାଟିର 


ମୁକ୍ତିର ମଶାଲ ଧରି ଚାଲୁଛେ ଦୁନିଆରେ 

ଘାତ ପ୍ରତିଘାତ ପ୍ରତିହତ କରି ମଥା ସଳଖି ଚାଲିବାରେ

ତ୍ରିରଂଗା ତଳେ ଏକାକାର ହୋଇବାରେ

ସ୍ଵାର୍ଥର ପୂଜାରୀ ସାମ୍ପ୍ରଦାୟିକ ଶକ୍ତିଂକୁ ପଠାଇବା ନିର୍ବାସନରେ 

ସ୍ବାଧୀନତା ଦିବସ ପାଳନ କରିବା ମୁକ୍ତିର ଆନନ୍ଦରେ..!!!

         

#ଫ୍ରି ଇଣ୍ଡିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational