STORYMIRROR

Jayashree Maharana

Inspirational

4  

Jayashree Maharana

Inspirational

ଆମେରେ ଭାରତୀୟ

ଆମେରେ ଭାରତୀୟ

1 min
212

ଜନମ ଭୂମି  ଭାରତ ବର୍ଷ   ପୂଣ୍ୟ ପବିତ୍ର ସ୍ଥଳ

ପ୍ରତି ରେଣୁରେ ଲେଖା ଗାରିମା  ଭାଇଚାରାର ବଳ ।

ସେହି ମାଟିର ଆର୍ଯ୍ୟ ଦାୟାଦ  ଆମରେ ଭାରତୀୟ

ସମଗ୍ର ବିଶ୍ୱେ ଯଶ ବିଦିତ   ଅକ୍ଷତ ପରିଚୟ ।।


ସତ୍ୟ ଅହିଂସା ନ୍ୟାୟ ଧରମ  ଆମରି ମହାଧନ

ସେବା ଦୟା ଓ ସହାନୁଭୂତି   ଆଚ୍ଛନ୍ନ ହୃଦପ୍ରାଣ ।

ତ୍ୟାଗ ସାହସ ଧୈର୍ଯ୍ୟ ବୀରତ୍ୱ   ସଞ୍ଚିତ ମହାଶକ୍ତି

ନିରିଭୟରେ ଶତ୍ରୁ ଆଗରେ   ପତାଇ ଦେଉ ଛାତି ।।


ଏକତା ଭାବ ନିରପେକ୍ଷତା   ଆମ ଅମୂଲ୍ୟ ନୀତି

ଶାନ୍ତି ପୀରତି ଭକ୍ତି ମଇତ୍ରୀ   ପବନେ ଗାଏ ଗୀତି ।

ଶ୍ରମ ବିଶ୍ୱାସ ଭୀତି ଶୂନ୍ୟତା   ସୁପଥ ପ୍ରଦର୍ଶକ

ନିଃସ୍ୱାର୍ଥ ପ୍ରେମ ଜାତି ସଂହତି  ସର୍ବଦା ମୂଳଲକ୍ଷ୍ୟ ।।



ଜାତି ଧରମବର୍ଣ୍ଣ ଉର୍ଦ୍ଧ୍ୱରେ ଆମରି ସ୍ୱାଭିମାନ

ସ୍ୱାଧୀନତାର ମନ୍ତ୍ର ଗାଉଛୁ  ଗାଇବୁ ଚିରଦିନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational