ବଡ଼ ହେଲେ ମୁଁ ସୈନିକ ହେବି
ବଡ଼ ହେଲେ ମୁଁ ସୈନିକ ହେବି
ବଡ଼ ହେଲେ ମୁଁ ସୈନିକ ହେବି
ମୋ ଦେଶ ମାଟିକୁ ରକ୍ଷା କରିବି ll
ଶତ୍ରୁ ଦେଶ ଗର୍ବ କରିବି ନାଶ
ବନ୍ଧୁକ ମୁନରେ କରିବି ଧ୍ବଂସ ll
ମୋ ଦେଶ ମାଟିର ସୁରକ୍ଷା ଲାଗି
ରକତ ଝରାଇ ଜୀବନ ଦେବି ll
ମହା ପରାକ୍ରମେ କରିବି ରଣ
ଶତ୍ରୁ ସେନାର ମୁଁ ଭାଙ୍ଗିବି ଟାଣ ll
ବିଶାଳ ଭୂଖଣ୍ତ ମୋର ଏ ଦେଶ
ଦେବି ନାହିଁ ତା'ର ଟିକିଏ ଅଂଶ ll
ମୋ ଦେଶ ଭୂଖଣ୍ଡ ହେବ ନାହିଁ ଖଣ୍ଡ
ଶତ୍ରୁ ଦେଶ ଆଶା କରିବି ମୁଁ ପଣ୍ଡ ll
ଦେଖାଇବି ଦର୍ପେ ବୀରତ୍ୱ କଳା
ଶତ୍ରୁ ଦେଶ ସେନା ହେବ ବାଉଳା ll
ହାରିବି ନାହିଁ ମୁଁ ରଖିବି ମାନ
ଉଚ୍ଚା କରିବି ମୋ ଦେଶ ସମ୍ମାନ ll
ସବୁ ବାଧା ବିଘ୍ନ ପାଦରେ ଦଳି
ବିଜୟ ଦୀପାଳି ଦେବି ମୁଁ ଜାଳି ll
ବିଶ୍ୱେ ବିକଶିତ ହେବ ମୋ ଦେଶ
ସମୃଦ୍ଧ ସଶକ୍ତ ଭାରତ ବର୍ଷ ll
