STORYMIRROR

Kishore Nayak

Inspirational

4  

Kishore Nayak

Inspirational

ବଡ଼ ହେଲେ ମୁଁ ସୈନିକ ହେବି

ବଡ଼ ହେଲେ ମୁଁ ସୈନିକ ହେବି

1 min
197


ବଡ଼ ହେଲେ ମୁଁ      ସୈନିକ ହେବି 

ମୋ ଦେଶ ମାଟିକୁ    ରକ୍ଷା କରିବି ll


ଶତ୍ରୁ ଦେଶ ଗର୍ବ     କରିବି ନାଶ 

ବନ୍ଧୁକ ମୁନରେ      କରିବି ଧ୍ବଂସ ll


ମୋ ଦେଶ ମାଟିର    ସୁରକ୍ଷା ଲାଗି 

ରକତ ଝରାଇ      ଜୀବନ ଦେବି ll


ମହା ପରାକ୍ରମେ     କରିବି ରଣ 

ଶତ୍ରୁ ସେନାର ମୁଁ     ଭାଙ୍ଗିବି ଟାଣ ll


ବିଶାଳ ଭୂଖଣ୍ତ       ମୋର ଏ ଦେଶ 

ଦେବି ନାହିଁ ତା'ର     ଟିକିଏ ଅଂଶ ll


ମୋ ଦେଶ ଭୂଖଣ୍ଡ     ହେବ ନାହିଁ ଖଣ୍ଡ 

ଶତ୍ରୁ ଦେଶ ଆଶା     କରିବି ମୁଁ ପଣ୍ଡ ll


ଦେଖାଇବି ଦର୍ପେ     ବୀରତ୍ୱ କଳା 

ଶତ୍ରୁ ଦେଶ ସେନା     ହେବ ବାଉଳା ll


ହାରିବି ନାହିଁ ମୁଁ      ରଖିବି ମାନ 

ଉଚ୍ଚା କରିବି ମୋ     ଦେଶ ସମ୍ମାନ ll


ସବୁ ବାଧା ବିଘ୍ନ      ପାଦରେ ଦଳି 

ବିଜୟ ଦୀପାଳି      ଦେବି ମୁଁ ଜାଳି ll


ବିଶ୍ୱେ ବିକଶିତ       ହେବ ମୋ ଦେଶ 

ସମୃଦ୍ଧ ସଶକ୍ତ       ଭାରତ ବର୍ଷ ll

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational