STORYMIRROR

Nibedita Mishra

Inspirational

4  

Nibedita Mishra

Inspirational

ହେ ଜୀବନ

ହେ ଜୀବନ

1 min
195


ହେ ଜୀବନ ତୁମେ ଯେତେ ସରିସରି ଆସ

ସେତେ ଅଧିକ ତ ଲାଳାୟିତ କରିବସ।

 ଯେତେ ପୁରୁଣା ହେଇ ହେଇ ଯାଉଥାଅ

ସେତିକି ବେଶୀ କାହିଁ ଆପଣା ଲାଗୁଥାଅ।


       ଯେତେ ଘସିହେଇ ଛିଣ୍ଡି ଛିଣ୍ଡି ଯାଉଥାଏ

       ଏ ନିଃଶ୍ବାସରେ ବନ୍ଧା ସୂକ୍ଷ୍ମ ପାଳ ଦଉଡି

       ସେତେ ବେଶୀ ଛନ୍ଦି ବନ୍ଦୀ କରୁଥାଏ ପୁଣି

        ମାୟାମୋହ ଲୋଭାଶକ୍ତ ଭରା ଲୁହା ବେଡି।


ଲିଭି ଆସୁଥିବା ଜୀବନ ଦୀପଶିଖାଟି

ଜଳିିବାକୁ ବ୍ଯସ୍ତ ଓ ବିବ୍ରତ ହୋଇଉଠେ

ସମୟ ଯେତିକି ଖସି ଖସି ଚାଲିଥାଏ

ଜୀବନର ବାସ୍ତବତା ସେତେ ସ୍ପଷ୍ଟ ଦିଶେ।


          ସଦା ବନ୍ଧନରୁ ମୁକ୍ତ ଆଶାୟୀତ ମନ

          କାହିଁ ପୁଣି ବନ୍ଦୀ ହେବାକୁ ପୁନଶ୍ଚ ବ୍ଯଗ୍ର,

          ସୁପ୍ତ ବିଲୁପ୍ତ ପ୍ରାୟ ଆଶା ଆକାକ୍ଷାଂ ସବୁ

           ହୁଅନ୍ତି ଖାଲି ପୂର୍ଣ୍ଣତା ପ୍ରାପ୍ତି ଲାଗି ଉଗ୍ର।


 ପ୍ରତ୍ଯାବର୍ତ୍ତନ ସମୟ ଯେବେ ଉପନୀତ

ଅଟକାଇବାକୁ ମନ ହୁଏ ବିଚଳିତ,

ତୁମେ ତ କିନ୍ତୁ ବିଧିର ଅଫେରା ପଥିକ

ତୁମ ଫେରିଯିବା ନିଶ୍ଚିତ ଓ ନିର୍ଦ୍ଧାରିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational