STORYMIRROR

Bijaya Kumar Swain

Inspirational Others

4  

Bijaya Kumar Swain

Inspirational Others

ଜୟୀ ରାଜଗୁରୁ

ଜୟୀ ରାଜଗୁରୁ

1 min
474


ସେ ଥିଲେ କିମ୍ବଦନ୍ତୀ ପୁରୁଷ

ସୌ ର୍ଯ୍ୟ ରେ ପୂର୍ଣ୍ଣ

ରାଜନୀତି ନିପୂଣ

ମୁଖ ଥିଲା ଚୀର ହସ ହସ।

ପିତା ଚାନ୍ଦ ରାଜଗୁରୁ

ମାତା ହରା ମଣୀ

ତାଙ୍କ କୋଳ କରିଲେ ମଣ୍ଡନ

କାର୍ତ୍ତିକ ଶୁକ୍ଳ ଅଁଳା ନବମୀ ଦିନ।


ପିତାଙ୍କ ର ଅନ୍ତେ ଖୋରଧା ରାଜା ଙ୍କ

  ରାଜଗୁରୁ ପଦେ ରହି

ଯେତେ ବାଧା ବିଘ୍ନ ଆସିଥିଲା ପଥେ

  ଦେଲ ଯେ ତାକୁ ଏଡେଇ।


ଖୋରଧା ଗଡ ର ସୁରକ୍ଷା ପାଇଁ କି

ବଜ୍ର ଶପଥ ନେଲ

ଦୂର୍ଧର୍ଷ ବ୍ରିଟିଶ ଟାଣୁଆ ଛାତିକି

  ସହଜେ ହଲାଇ ଦେଲ।


କୋଣ ଅନୁକୋଣ ଓଡ଼ିଶା ମାଟିର

 ପାଇକ ପୁଅଙ୍କୁ ଧରି

ଶିଖାଇଲ ରଣ କୌଶଳ ଯେ ତୁମେ

  ଢାଲ ତଳୁଆର ଧରି।

ତୁମ କୌଶଳ ରେ ହାରିଲା ଫିରିଙ୍ଗି

  କରି ସେ ଫିକର ଫନ୍ଦ୍ଦି

ଚୁଗୁଲିଆ ଙ୍କୁ ସେ ହାତ କରି ଶେଷେ

  କରିଲା ଜୟୀଙ୍କୁ ବନ୍ଦୀ।


ଅନ୍ୟାୟ ବିଚାର କରି ସେ ଜୟୀ ଙ୍କୁ

  ବାଘ ତୋଟା ବର ଡାଳେ

ନିର୍ମମ ଭାବରେ ମାରିଲା ତାହାଙ୍କୁ

  ନୟନୁ ଲୋତକ ଝରେ।


ରହିଗଲା କଥା କାଳ କାଳ କୁ ଯେ

  ସମୟ ରହିଲା ସାକ୍ଷୀ

ଜୟୀଆ ପଛେ ଜୀବନ ଦେଲା

  ନିଜର ମାନ ରଖି।


ରାଜ ଗୁରୁଙ୍କ ଜୀବନୀ ପଢ଼ି

  ମିଳିଲା ଏହି ଶିକ୍ଷା

ମାଆ ର ପାଇଁ ଜୀବନ ଦେବା

  କରିବା ମାଆ ସୁରକ୍ଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational