STORYMIRROR

Kishore Nayak

Inspirational

4  

Kishore Nayak

Inspirational

ନବ ଭାରତର ଶ୍ରମିକ ଆମେରେ

ନବ ଭାରତର ଶ୍ରମିକ ଆମେରେ

1 min
174


ନବ ଭାରତର ଶ୍ରମିକ ଆମେରେ 

        ଗଢିବା ଅତୁଲ୍ୟ ଭାରତବର୍ଷ 

ଯଶ ସମୃଦ୍ଧିରେ ଏଇ ପୃଥିବୀରେ 

        ବିକଶିତ ହେବ ଆମରି ଦେଶ ll

ନବ ଚେତନାର ଏକତାର ମନ୍ତ୍ରେ 

     ସମବେତ ହେବା ଆମେରେ ସବୁ 

ଜ୍ଞାନ ବିଜ୍ଞାନର ସମର କଳାରେ 

      ଆମ ପରିଚୟ ଆମେରେ ଦେବୁ ll

ଆସରେ ଭାଇ ଆସ ଭଉଣୀ ମାନେ 

       ଇର୍ଷା ଦ୍ୱେଷ କିଛି ନରଖି ମନେ 

ଏ ଦେଶ ଜାତିର ଗର୍ବ ଗଉରବ 

      ରଖିବା ତା' ଟେକ ବିଶ୍ୱ ସଦନେ ll

ସ୍ୱାର୍ଥ କ୍ଷମତାକୁ ପାଦ ତଳେ ଦଳି 

       ଦେଶ ମାତୃକାର ରଖିବା ଟାଣ 

ବ୍ୟର୍ଥ ରାଜନୀତି ଧୂର୍ତ ଶାସନକୁ 

        ହଟାଇବା ଲାଗି କରିବା ପଣ ll

କ୍ଷମତା ଲୋଭର ଅନ୍ଧାରୀ ପଥରେ 

     ସାଜିବାନି ଆମେ ବଇରୀ କେବେ 

ଦେଶ ପାଇଁ ହସି ପ୍ରାଣବଳି ଦେବା 

     ଦେବାକୁ ପଡିବ ଜୀବନ ଯେବେ ll

ଜ୍ଞାନ-ଦକ୍ଷତାର ପରାକ୍ରମ ନେଇ 

     ଆମେରେ ଗଢିବା ସ୍ବପ୍ନର ଦେଶ 

ସ୍ନେହ-ପ୍ରେମ ଭରା ଅନନ୍ୟ ଏ ମାଟି 

      ନାମ ଯା'ର ଅଟେ ଭାରତବର୍ଷ ll

ସତ୍ୟ ସୌହାର୍ଦ୍ଦ୍ୟର କର୍ମଠ ଜୀବନେ 

     ଆମେ ଗଢିବା ଆମ ଭବିଷ୍ୟତ 

ଆମ ପରିବାର ସମାଜ ଓ ରାଷ୍ଟ୍ର 

     ଏକତାର ମନ୍ତ୍ରେ ହେବ ଶକ୍ତିମନ୍ତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational