STORYMIRROR

Dinesh Meher

Inspirational

4  

Dinesh Meher

Inspirational

ଧନ୍ୟ ତୁମେ

ଧନ୍ୟ ତୁମେ

1 min
187

ଧନ୍ୟ ତୁମେ ହେ ବୀର ଯବାନ

ଧନ୍ୟ ତୁମର ଜୀବନ

ଧନ୍ୟ ତୁମ ସେଇ ମମତା ମୟୀ ମାଁ

ଯା କୋଳେ ଜନମି ଦେଶରକ୍ଷା ସକାଶେ 

ଆସିଛ ଧାଇଁ।


ହେ ମାଟିର ସୁପୁତ୍ର

ତୁମ ପାଇଁ ମାଁ ଭାରତୀ ଆଜି ଗର୍ବିତ

ଯେବେ ଯେବେ ମାଁ ଆଡ଼କୁ

ଆସିଯାଏ ବିପଦର ଘନଘଟା

ତୁମେ ବନ୍ଧୁକ ଧରି ଆଗେଇ ଆସ

ଭାରତ ମାଁ ର ସେବାରେ।


ନିର୍ଦ୍ଦୟ ଶତ୍ରୁର ଗୁଳି ଯେବେ

ଆମ ଆଡ଼କୁ ମାଡ଼ିଆସେ

ହେ ବୀର ଯବାନ! 

ତୁମେ ହିଁ ଆମ ଆଗରେ ହସି ହସି

ନିଜ ଛାତିରୁ ରକତ ଝରେଇ ଦେଇଯାଅ।

ଧନ୍ୟ ତୁମେ ଏ ସୈନିକ ଭାଇ

ଆମେ ଆଜି ସୁରକ୍ଷିତ ତୁମରି ପାଇଁ।


ନାହିଁ ତୁମ ନାଁ ମନ୍ଦିର

କିନ୍ତୁ ଦେବତା ତୁମେ 

କୋଟି ଭାରତୀୟଙ୍କ ହୃଦୟର

ତୁମେ ହିଁ ଦେବତା,ତୁମେ ହିଁ ଯିଶୁ

ତୁମେ ଆହ୍ଲା ତୁମେ ହିଁ ଖୁଦା।


ଯେବେ ଯେବେ ବିପଦ ର ଛାୟା 

ଆସି ଡରାଉଥିଲା

ତୁମେ ହିଁ ଆମ ଭାଇର କର୍ତ୍ତବ୍ୟ 

ତୁଲାଇଥିଲ।

ଯେଉଁଠି ବି ମାଁ ଭାରତୀ କୋଳ 

ମେଳେଇ ଥିଲା

ସେଇଠି ହିଁ ତୁମେ ଏକ ସୁପୁତ୍ର କର୍ତ୍ତବ୍ୟ ଭାବେ

ନିଘୋଡ଼ ନିଦ୍ରାରେ ଶୋଇ ପଡ଼ିଥିଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational