STORYMIRROR

Kishore Nayak

Inspirational

4  

Kishore Nayak

Inspirational

ସମୟ କେବେ ରହେନା ବସି

ସମୟ କେବେ ରହେନା ବସି

1 min
200


ସମୟ କେବେ ରହେନା ବସି 

ଚାଲିଅଛି ସେ'ତ ଅବିରଳ 

ଆଳସ୍ୟ ନହୋଇ କର୍ମଠ ହେଲେ 

ଭବିଷ୍ୟତେ ନିଶ୍ଚେ ହେବା ସଫଳ ll


ଆଜିର କାମ ଆଜି କରିବା 

କାଲିକି ରଖିବା ନାହିଁ ଆଉ 

ମନକୁ ଲଗାଇ କରିଲେ କାର୍ଯ୍ୟ 

ଦୁଃଖ ସାଜିବନି ଆମର ଦାଉ ll


ସବୁରି କାମ ହେବ ସହଜ 

ତାକୁ କରିକି ପାରିଲେ ଜାଣି 

ନିରାଶ ନହୋଇ ସାହସୀ ହେଲେ 

ଆମେରେ ପାରିବା ସବୁକୁ ଜିଣି ll


ଧୈର୍ଯ୍ୟ ସାହସ ଜୁଟାଇ ବଳ 

ସବୁରି କାର୍ଯ୍ୟ ନିୟତ କଲେ 

ଦେଶ ଦୁନିଆରେ ହୋଇବା ବଡ଼ 

ଆମେମାନେ ସବୁ ଶୁଣରେ ପିଲେ ll


ନିଷ୍ଠା-ଶୃଙ୍ଖଳା-ସମୟ ଜ୍ଞାନ 

ମନରେ ରଖି ଚାଲିଲେ ବାଟ 

ଅସାଧ୍ୟ କାର୍ଯ୍ୟକୁ ସାଧନ ଲାଗି 

ଆମକୁ ଜମାରୁ ହେବନି କଷ୍ଟ ll


ସମୟତ ବଡ଼ ବଳବାନ 

ଅବିରାମ ତା'ର ଚିର ଗତି 

ସମୟକୁ ନଷ୍ଟ କରନି ପିଲେ 

ପାଠ ପଢ଼ାରେ ସଦା ଦିଅ ମତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational